ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା ଓମିକ୍ରନ: ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫,ଜାଣନ୍ତୁ କେଉଁ ରାଜ୍ୟରୁ କେତେ

ନୂଆଦିଲ୍ଳୀ: ପଶ୍ଚିମବଙ୍ଗ ଛୁଇଁଲା ଓମିକ୍ରନ । ଜଣେ ୭ ବର୍ଷର ବାଳକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ଭାରତରେ ପ୍ରଥମେ କର୍ଣ୍ଣାଟକ, ଦିଲ୍ଲୀ ଏବଂ ଅନ୍ୟାନ ରାଜ୍ୟ ପରେ ବର୍ତ୍ତମାନ ପଶ୍ଚିମ ବଙ୍ଗରେ ଦେଖାଯାଇଛି ଅମିକ୍ରନ । ପଶ୍ଚିମ ବଙ୍ଗ ସ୍ୱାସ୍ଥ ବିଭାଗ ସୂଚନା ଦେଇଛି, ଜଣେ ୭ ବର୍ଷ ପିଲାଙ୍କ ଠାରେ ଓମିକ୍ରନ ଚିହ୍ନଟ ହେଇଛି । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ବାଳକ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେବା ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ତେବେ ଦୁଇ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟ ହେବା ପରେ ଓଡ଼ିଶାରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି ।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୨୪ ସଂକ୍ରମିତ । ଗୁଜୁରାଟରେ ୪, ରାଜ୍ୟସ୍ଥାନରେ ୧୭, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ୩, କେରଳ ଓ ଆନ୍ଧ୍ରପ୍ରଦେଶରେ ୧ , ଦିଲ୍ଳୀରେ ୬ ଜଣ ଚିହ୍ନଟ ହେଇଛନ୍ତି । ସୁସ୍ଥ ସଂଖ୍ୟା ୯କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ ବିଭାଗ ପକ୍ଷରୁ ସୂଚନା ମିଳିଛି ।