fbpx

ଖୁସିଖବର: ଓମିକ୍ରନ ପାଇଁ ରାମବାଣ ହେବ କୋଭାକ୍ସିନର ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏହା ଗୋଟିଏ ପରେ ଗୋଟିଏ ଦେଶରେ ପଶି କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୋଟ ୭୭ଟି ଦେଶରେ ଓମିକ୍ରନ ବ୍ୟାପି ସାରିଛି । ସେପଟେ ବ୍ରିଟେନରେ ପ୍ରଥମ ଓମିକ୍ରନ ମୃତୁ୍ୟ ଯୋଗୁଁ ଲୋକଙ୍କ ମନରେ ଛନକା ପଶିଛି । ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶର ସରକାର ବ୍ୟାପକ ପଦକ୍ଷପ ଗ୍ରହଣ କରିଛନ୍ତି । ଭାରତରେ ମଧ୍ୟ ଓମିକ୍ରନ ପାଇଁ କଟକଣା ଜାରି କରାଯାଇଛି । ତେବେ ଏହି ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ଉପରେ ଚିନ୍ତା କରାଯାଉଛି ।

ଭାରତରେ ଯେଉଁମାନେ କୋଭାକ୍ସିନ ଟିକା ଗ୍ରହଣ କରିଛନ୍ତି, ସେମାନଙ୍କ ପ୍ରଥମେ କୋଭିଡ୍-୧୯ଟିକାର ବୁଷ୍ଟର ଡୋଜ ଦିଆଯାଇପାରିବ ବୋଲି କୁହାଯାଉଛି । ଟିକାକରଣ ଉପରେ ଦେଶର ବିଶେଷଜ୍ଞ ପ୍ୟାନେଲ ସୂତ୍ରରୁ ଏହି ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ ଅନୁସାରେ ଯେଉଁମାନେ ସମ୍ପୂର୍ଣ୍ଣ ନଷ୍କ୍ରିୟ ଭାଇରସ୍ ଭିତ୍ତିକ ଟିକା ନେଉଛନ୍ତି, ସେମାନେ ଓମିକ୍ରନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବୁଷ୍ଟର ଡୋଜ୍ ଗ୍ରହଣ କରିବା ଉଚିତ୍ । ସେହିପରି କମ୍ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞ ପ୍ୟାନେଲ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.