fbpx
BSKY SKY
BSKY SKY

କିଛି ଦିନ ସାଙ୍ଗ ହୋଇ ରହିବା ଅର୍ଥ ଲିଭ୍-ଇନ୍ ନୁହେଁ, ଆବେଦନ ଖାରଜ କରିବାପରେ ହାଇକୋର୍ଟ ଲଗାଇଲା ଜୋରିମାନା

BSKY

ହରିୟାଣା: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଯୁବକ-ଯୁବତୀ ପାରସ୍ପରିକ ସହମତି ଅନୁଯାୟୀ କିଛି ଦିନ ଏକାଠି ରୁହନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ ଲିଭ୍-ଇନ୍ ରିଲେସନ୍ ରେ ଅଛନ୍ତି। ହାଇକୋର୍ଟ କହିଛନ୍ତି ଯେ କୌଣସି ଦମ୍ପତି କେତେ ଦିନ ଏକାଠି ରହିଆସୁଛନ୍ତି ଏବଂ ସେମାନେ ଦୁହେଁ ଦୁଇଜଣଙ୍କ ପାଇଁ ଉପଯୁକ୍ତ କର୍ତ୍ତବ୍ୟ ପାଳନ କରୁଛନ୍ତି କି ନାହିଁ, ଦାୟିତ୍ୱ ଗ୍ରହଣ କରୁଛନ୍ତି କି ନାହିଁ, ଏହିସବୁ ପାଳନ କରୁଥିଲେ ଯାଇ କୌଣସି ସମ୍ପର୍କ ବିବାହ ସହିତ ସମାନ ହୋଇଥାଏ ।

ହାଇକୋର୍ଟର ଜଜ୍ ମନୋଜ୍ ବଜାଜ ଯମୁନାନଗର ଜିଲ୍ଲାର ଏକ କପଲ୍ ଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଓ ଏଭଳି ବୟାନ ଜାରି କରିଛନ୍ତି । ଏହି କପଲ୍ ନିଜର ପରିବାର ପକ୍ଷରୁ ସୁରକ୍ଷା ଦାବି କରି ହାଇାକୋର୍ଟରେ ଆବେଦନ କରିଥିଲେ । ତେବେ ସୂଚନା ଯେ, ଏହି କପଲ୍ ମାତ୍ର କିଛି ଦିନ ହେବ ଏକାଠି ରହୁଛନ୍ତି । ତେବେ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିବା ସହିତ ୨୫ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି । ଆବେଦନ କରିଥିବା ଯୁବକ-ଯୁବତୀଙ୍କ ବୟସ ଯଥାକ୍ରମେ ୧୮ ଓ ୨୦ । ଆବେଦନ ମୁତାବକ, ସେମାନେ ଦୁଇଜଣ ସାବାଳକ ଓ ସହମତି କ୍ରମେ ବିବାହ କରିବାକୁ ଚାହୁଁଛନ୍ତି ଓ ଏହି ମାମଲାରେ ସେମାନଙ୍କ ବାପା-ମାଆ ବିରୋଧ କରୁଛନ୍ତି ।

Get real time updates directly on you device, subscribe now.