fbpx

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୯୭୪ କରୋନା ପଜିଟିଭ ଚିହ୍ନଟ, ୩୪୩ ଜଣଙ୍କ ପ୍ରାଣ ନେଲା କୋଭିଡ୍

ନୂଆଦିଲ୍ଲୀ :  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଇତିମଧ୍ୟରେ ୭୯୪୮ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୭,୧୮,୬୦୨କୁ ବୃଦ୍ଧିପାଇଛି । ଏମାନଙ୍କ ମଧ୍ୟରୁ ୩,୪୧,୫୪,୮୭୯ ସୁସ୍ଥ ହୋଇଥିବା ବେଳେ ୪,୭୬,୪୭୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

 

ଗତ ୨୪ ଘଣ୍ଟା ମଧ୍ୟରେ ୩୪୩ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଗତକାଲି କେରଳରୁ ଚିହ୍ନଟ ହୋଇଥିବା ୪ହଜାର ୬ ଜଣ ସଂକ୍ରମିତଙ୍କ ମଧ୍ୟ ୧୨୫ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.