fbpx

ଚାଇନାରେ ୧୧ ହଜାର ସ୍କ୍ରିନରେ ରିଲିଜ୍ ହେବ ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ “ଛିଛୋରେ” ଏବେ ଚୀନର ୧୦୦ଟି ସହରରେ ରିଲିଜ୍ ହେବ । ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇସାରିଛନ୍ତି । ଟ୍ରେଡ୍ ଆନାଲିଷ୍ଟ୍ ତରନ୍ ଆଦର୍ଶ କହିଛନ୍ତି ଯେ, ଏହି ଫିଲ୍ମ ୨୦୨୨ ଜାନୁଆରୀ ୭ ତାରିଖରେ ଚୀନର ୧୦୦ଟି ସହରରେ ପାଖାପାଖି ୧୧ହଜାର ସ୍କ୍ରିନ୍ ରେ ରିଲିଜ୍ ହେବ । ଭାରତରେ ଛିଛୋରେ ଫିଲ୍ମ ୨୦୧୯ ସେପ୍ଟେମ୍ବର ୬ ତାରିଖରେ ରିଲିଜ୍ ହୋଇଥିଲା । ଆଉ ପ୍ରଥମ ଦିନ ହିଁ ୭ କୋଟି ଟଙ୍କାର ବ୍ୟବସାୟ କରିଥିଲା ଏହି ଫିଲ୍ମ । ଆଉ ମାତ୍ର ଦୁଇ ସପ୍ତାହରେ ୧୦୦ କୋଟି ପାର୍ କରିଥିଲା ।

ଏହି ଫିଲ୍ମରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ବରୁଣ ଶର୍ମା, ପ୍ରତୀକ ବବ୍ୱର୍, ତାହିର୍ ରାଜ ଭସୀନ, ନବୀନ ପୋଲେଶେଟ୍ଟୀ, ସହର୍ଷ ଶୁକ୍ଲା, ମୋହମ୍ମଦ୍ ସମଦ୍, ଗୌତମ୍ ଆହୁଜା ଓ ଆଦର୍ଶ ଗୌତମ୍ ମୁଖ୍ୟ ଭୁମିକାରେ ନଜର ଆସିଥିଲେ ।

ସୂଚନା ଅନୁଯାୟୀ, ଛିଛୋରେ ଫିଲ୍ମ ଗତ ବର୍ଷ ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗରେ ଜାତୀୟ ପୁରସ୍କାର ଲାଭ କରିଥିଲା। ଅକ୍ଟୋବର ୨୦୨୧ ରେ ଆୟୋଜିତ କାର୍ୟ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ନୀତେଶ ତିୱାରୀ ଏବଂ ନିର୍ମାତା ସାଜିଦ ନାଡିଆୱାଲାଙ୍କୁ ଟାଇଟଲ୍ ଦେଇଥିଲେ। ତେବେ ଚଳଚ୍ଚିତ୍ର ନିର୍ମାତାମାନେ ଏହି ପୁରସ୍କାରକୁ ୨୦୨୦ ରେ ଦେହାନ୍ତ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କୁ ଉତ୍ସର୍ଗ କରିଥିଲେ।

Get real time updates directly on you device, subscribe now.