fbpx

ଘରେ ବସି ଭୋଟର ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାହାଁନ୍ତି କି? ତେବେ ଆପଣଙ୍କୁ ଏହି ସହଜ ଉପାୟ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯଦି ଆପଣଙ୍କ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି, ତେବେ ଆପଣଙ୍କ ପାଖରେ ଭୋଟର କାର୍ଡ ରହିବା ଆବଶ୍ୟକ । ନହେଲେ ଆପଣ ଭୋଟ୍ ଦେଇପାରିବେ ନାହିଁ । ଏଥିପାଇଁ ଭୋଟର ତାଲିକାରେ ନାମକୁ ଥରେ ଯାଞ୍ଚ କରିବା ଆବଶ୍ୟକ । ବର୍ତ୍ତମାନ ଭୋଟର ତାଲିକାରେ ନାମ ଯାଞ୍ଚ କରିବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ପଡିବ ନାହିଁ । ଘରେ ବସି ମଧ୍ୟ ଅତି ସହଜରେ ଆପଣ ଯାଞ୍ଚ କରିପାରିବେ ।

ଭୋଟର ତାଲିକାରେ ଆପଣଙ୍କ ନାମ କିପରି ଯାଞ୍ଚ କରିବେ ;
– ଭୋଟର ତାଲିକାରେ ନାମ ଯାଞ୍ଚ କରିବା ପାଇଁ ପ୍ରଥମେ http://sec.up.nic.in/site/PRIVoterSearch.aspx କୁ ଯାଆନ୍ତୁ ।
– ଏବେ ଆପଣ ନିଜ ଜିଲ୍ଲାର ନାମକୁ ଚୟନ କରନ୍ତୁ ।
– ତା’ପରେ ଏଥିରେ ନିଜ ପଞ୍ଚାୟତ ଚୟନ କର ଓ ସେଥିରେ କ୍ଲିକ୍ କର ।
– ବର୍ତ୍ତମାନ ସେଠାରେ ଭୋଟରଙ୍କ ନାମ ଏଣ୍ଟର କରନ୍ତୁ ।
– ତା’ପରେ ଆପଣ ମା / ବାପା / ସ୍ୱାମୀଙ୍କ ନାମ ଏଣ୍ଟର କରନ୍ତୁ ।
– ଆପଣଙ୍କ ଘର ନମ୍ବର ଏଣ୍ଟର କରନ୍ତୁ ।
– ଏହା ପରେ ନିମ୍ନରେ ଦିଆଯାଇଥିବା କ୍ୟାପଚା କୋଡକୁ ବକ୍ସରେ ପୂରଣ କରନ୍ତୁ ।
– ଏବେ ସର୍ଚ୍ଚର ବିକଳ୍ପକୁ ଚୟନ କରନ୍ତୁ ।
– ଏହା ପରେ ଆପଣଙ୍କ ଡିଟେଲ୍ସ ଆପଣଙ୍କ ସାମ୍ନାରେ ଖୋଲିଯିବ ।

ଭୋଟର ତାଲିକାରେ ନାମ ଯାଞ୍ଚ କରିବାର ଅନ୍ୟ ଉପାୟ :
– ପ୍ରଥମେ ଆପଣ ଭୋଟର ତାଲିକା ଯାଞ୍ଚ କରିବାକୁ https://Electoralsearch.in ୱେବସାଇଟକୁ ଯାଆନ୍ତୁ ।
– ଭୋଟର ତାଲିକାରେ ନାମ ଯାଞ୍ଚ କରିବାର ଦୁଇଟି ଉପାୟ ଅଛି ।
– ପ୍ରଥମେ ଅପାଣ ନିଜ ନାମ, ଠିକଣା ଇତ୍ୟାଦିର ସବିଶେଷ ତଥ୍ୟ ଏଣ୍ଟର କରି ନାମ ଯାଞ୍ଚ କରିପାରିବ ।
– ଏହା ବ୍ୟତୀତ, ଆପଣ ପରିଚୟ ପତ୍ରର ସବିଶେଷ ତଥ୍ୟରୁ ଭୋଟର ତାଲିକାରେ ଆପଣଙ୍କ ନାମ ଯାଞ୍ଚ ( Search By EPIC No.) କରିପାରିବେ ।

Get real time updates directly on you device, subscribe now.