fbpx
BJD SKY
BJD SKY

ଜାଡରେ ଥରୁଛି ଓଡ଼ିଶା: ୧୫ ଡିଗ୍ରୀ ତଳେ ୨୨ ସହର, ଦାରିଙ୍ଗିବାଡିରେ ସର୍ବନିମ୍ନ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଶୀତର ପ୍ରକୋପ ବଢିବାରେ ଲାଗିଛି । ହାଡଭଙ୍ଗା ଶୀତ କାରଣରୁ ରାଜ୍ୟରେ ଭୟଙ୍କର ଶୀତ ହେଉଥିବା ବେଳେ ୨୨ଟି ସହରରେ ତାପମାତ୍ରା ୧୫ ଡିଗ୍ରୀରୁ କମ ରହିଛି । ଏହା ସହିତ ୨ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡିରେ ତାପମାତ୍ର ସର୍ବନିମ୍ନ ୭ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରୀ ରହିଛି ।

୧୮.୨ ଡିଗ୍ରୀର ତାପମାତ୍ରା ସହିତ ରାୟଗଡା ଓଡ଼ିଶାର ଉତ୍ତପ୍ତ ସହରର ମାନ୍ୟତା ପାଇଛି । ୧୮ ଡିଗ୍ରୀର ତାପମାତ୍ରା ସହିତ ଛତ୍ରପୁର ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ସହର ମାନଙ୍କ ମଧ୍ୟରେ କେନ୍ଦୁଝର ୧୦.୪, ଝାରସୁଗୁଡା ୧୦.୬ କୋରାପୁଟ ୧୦.୬ ଓ ଟିଟଲାଗଡ ୧୦.୮ ଓଡ଼ିଶାର ଥଣ୍ଡା ସହର ରହିଛି ।

Get real time updates directly on you device, subscribe now.