fbpx

ନରୱାଣେ ହେଲେ COSC ମୁଖ୍ୟ

ନୂଆଦିଲ୍ଲୀ: ଜେନେରାଲ ନରୱାଣେ ହୋଇଛନ୍ତି ଚିଫ୍ ଅଫ୍ ଷ୍ଟାଫ୍ କମିଟି ବା ସିଓଏସସି ମୁଖ୍ୟ । ବରିଷ୍ଠତା ଭିତ୍ତିରେ ଜେନେରାଲ ନରୱାଣେଙ୍କୁ ମିଳିଛି ପଦଭାର । ତିନିସେନାର ମୁଖ୍ୟଙ୍କ ମଧ୍ୟରେ ସ୍ଥଳସେନାର ମୁଖ୍ୟ ନରୱାଣେ ହେଉଛନ୍ତି ବରିଷ୍ଠ । ତେବେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡିଥିଲା । ନରଭଣେ ସିଡିଏସ୍ ହେବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ଏହାରି ମଧ୍ୟରେ ତାଙ୍କୁ ବୁଧବାର ଦିନ ସିଓଏସସିର ପଦଭାର ଦିଆଯାଇଛି ।

ତେବେ ନୂଆ ସିଡିଏସ ବିଷୟରେ ଏପର୍ଯ୍ୟନ୍ତ କୌଣସି ଚର୍ଚ୍ଚା ହୋଇନାହିଁ । ୩ଟି ସେନାର ବରିଷ୍ଠ ହୋଇଥିବାରୁ ନରୱାଣେଙ୍କୁ ସିଓଏସସି ଅଧ୍ୟକ୍ଷ କରାଯାଇଛି । ଏହଫଳରେ ସେ ଆଗାମୀ ସିଡିଏସ୍ ହେବାର ସମ୍ଭାବନା ଅଧିକ ବଢ଼ିଯାଇଛି ।

Get real time updates directly on you device, subscribe now.