fbpx

ନିର୍ଭୟା କାଣ୍ଡକୁ ୯ ବର୍ଷ: ୮୮% ଲୋକ ଏବେବି ମାନନ୍ତି ଯେ ମହିଳା ସୁରକ୍ଷିତ ନୁହନ୍ତି, ସର୍ଭେରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ୨୦୧୨ ମସିହା ନିର୍ଭୟା କାଣ୍ଡକୁ ମନେ ପକାଇଲେ ଆଜି ବି ଛାତି ଥରିଉଠୁଛି । ଯେଉଁଭଳି ଭାବରେ ଯୌନ ରାକ୍ଷସ ମାନେ ଏହି କାଣ୍ଡ ଘଟାଇଥିଲେ ତାହା ଖୁବ୍ ଭୟାନକ ଏବଂ ନୃଶଂସ ଥିଲା । ଏହି ଘଟଣାକୁ ୯ ବର୍ଷ ପୂରିଗଲାଣି ହେଲେ ଆଜି ବି ଅନେକ ଝିଅ ଓ ମହିଳା ମାନେ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଅନେକ ନିର୍ଭୟା ନିଜର ଘରେ ହିଁ ସୁରକ୍ଷିତ ନାହାନ୍ତି ଓ ବଳାତ୍କାରର ଶିକାର ହେଉଛନ୍ତି । ଏହି ଖବର ,ପ୍ରତିଦିନ ଶୁଣିବାକୁ ମିଳୁଛି । ନିର୍ଭୟା କାଣ୍ଡ ପରେ ଲୋକଙ୍କ ମନରେ ଆଶା ଥିଲା ଯେ, ସିଷ୍ଟମ୍ ଓ ଆଇନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ ଓ ମହିଳା ମାନେ ସୁରକ୍ଷିତ ଭାବରେ ଜୀବନଯାପନ କରିପାରିବେ । ହେଲେ ଏପରି କିଛି ବି ହେଉଥିବା ପରିଲକ୍ଷିତ ହେଉନାହିଁ ।

ତେବେ ଏହି ୯ବର୍ଷ ମଧ୍ୟରେ କଣ ପରିବର୍ତ୍ତନ ଆସିଛି? କଣ ମହିଳା ମାନେ ରାତି ହେଉ କି ଦିନ ରାସ୍ତାରେ ଯିବା ସମୟରେ ସୁରକ୍ଷିତ ଭାବେ ଯାଆସ କରିପାରୁଛନ୍ତି କି? ଏନେଇ ସେଫ୍ ଇଣ୍ଡିଆ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଏଥିରୁ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ଅନଲାଇନ୍ ମାଧ୍ୟମରେ ହୋଇଥିବା ଏହି ସର୍ଭେରେ ସବୁଠାରୁ ଅଧିକ ଯୁବବର୍ଗର ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ । ବାସ୍ତବରେ ୧୨.୨ ପ୍ରତିଶତ ଲୋକ ଏହା ମାନନ୍ତି ଯେ, ଦେଶରେ ମହିଳା ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ । ସେହିପରି ୪୯.୭ ପ୍ରତିଶତ ମାନନ୍ତି ଯେ, ଦେଶରେ ଝିଅମାନେ ସୁରକ୍ଷିତ ନୁହନ୍ତି । ଏହା ବ୍ୟତୀତ ୩୮.୧ ପ୍ରତିଶତଙ୍କ କହିବା କଥା ଯେ, କିଛିକାଂଶରେ ମହିଳାମାନେ ସୁରକ୍ଷିତ ।

ତେବେ ଏଥିରୁ ଆଉ ଏକ କଥା ସ୍ପଷ୍ଟ ହେଲା ଯେ, ମହିଳା ଓ ଝିଅମାନଙ୍କ ଉପରେ ଖରାପ ନଜର ପକାଉଥିବା ସବୁଠାରୁ ଅଧିକ ଲୋକ ସେମାନଙ୍କ ସମ୍ପର୍କୀୟ କିମ୍ବା ନିଜର କୌଣସି ପାଖ ଲୋକ । ଏହାର ହାର ୬୭ ପ୍ରତିଶତ । ଅର୍ଥାତ୍ ଅଜଣା ଲୋକଙ୍କ ତୁଳନାରେ ନିଜର ଲୋକଙ୍କ ଠାରେ ମହିଳା ମାନେ ଅଧିକ ଅସୁରକ୍ଷିତ । ଏହି ୬୭% ମଧ୍ୟରେ ୪୯ ପ୍ରତିଶତ ରହିଛନ୍ତି ସମ୍ପର୍କୀୟ ବା ଜଣାଶୁଣା ଏବଂ ୧୮ ପ୍ରତିଶତ ରହିଛନ୍ତି ଅତି ନିକଟତର ଲୋକ ।

ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ ମଧ୍ୟ ମହିଳାମାନଙ୍କ ଶୋଷଣର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଏହି ସମ୍ବନ୍ଧୀୟ ପ୍ରଶ୍ନ ଉପରେ ୬୭.୨ ପ୍ରତିଶତ ଲୋକ କହିଛନ୍ତି ଯେ ହଁ ଅନଲାଇନ୍ ମହିଳାମାନଙ୍କୁ ବିଶେଷ ଭାବରେ ବ୍ଲାକମେଲ କରାଯାଉଛି। ୧୯.୫ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଇଣ୍ଟରନେଟରେ ଝିଅମାନେ ଅତ୍ୟଧିକ ହଇରାଣ ହେଉଛନ୍ତି ଏବଂ ଭାବପ୍ରବଣ ହୋଇ ବ୍ଲାକମେଲ କରୁଛନ୍ତି। ଏଥି ସହିତ, ୧୩.୩ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ସୋସିଆଲ ମିଡିଆରେ ଝିଅମାନେ ହଇରାଣ ହେଉନାହାନ୍ତି ।

Get real time updates directly on you device, subscribe now.