fbpx

୧୧ ବର୍ଷ ବୟସରୁ PORN ଦେଖୁଥିଲି: ଗ୍ରାମୀ ବିଜେତା ଗାୟିକାଙ୍କ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ: ନିଜର ଏକ ଇଣ୍ଟରଭ୍ୟୁ ସମୟରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଗାୟିକା ବିଲି ଏଲିସ । ୧୧ ବର୍ଷ ବୟସରୁ ସେ ଅଶ୍ଲୀଳ ଫିଲ୍ମ ଦେଖିବା ଆରମ୍ଭ କରି ଦେଇଥିଲେ ବୋଲି ଏଲିଶ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି । ୨୦୧୫ରେ ଓସେନ ଆଇ ଜରିଆରେ ନିଜର ସିଙ୍ଗଲ ପଦାର୍ପଣ କରିଥିଲେ । ଏହା ପରେ ନିଜର ପ୍ରଥମ ଷ୍ଟୁଡିଓ ଆଲବମ ହ୍ୱେନ ୱି ଫଳ ଆସ୍ଲିପ୍, ହ୍ୱେୟାର ଡୁ ୱି ଗୋ ଜରିଆରେ ସଫଳତା ହାସଲ କରିଥିଲେ । ୟୁଏସ ବିଲବୋର୍ଡ-୨୦୦ରେ ସ୍ଥାନ ପାଇବା ସହିତ ୟୁକେର ଏକ ନମ୍ବର ସିଙ୍ଗର ରହିଥିଲେ ଏଲିଶ ।

ହାୱାର୍ଡ ଷ୍ଟର୍ଣ୍ଣ ଶୋରେ ଏଲିସ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ଏଲିସ କହିଛନ୍ତି ମାତ୍ର ୧୧ ବର୍ଷ ବୟସରୁ ମୁଁ ପର୍ଣ୍ଣ ଦେଖିବା ଆରମ୍ଭ କରିଥିଲି । ଯାହାକି ଅତ୍ୟନ୍ତ ଖରାପ ଥିଲା । ପର୍ଣ୍ଣ ଦେଖି ମତେ ସେକ୍ସର ଜ୍ଞାନ ମିଳିଥିଲା । ସେକ୍ସ କରିବା ସମୟରେ ଅପ୍ରାକୃତିକ ସେକ୍ସ ମଧ୍ୟ ମୋତେ ଠିକ୍ ଲାଗୁଥିଲା । ଯାହା ଭଲ ଲାଗୁ ନଥିଲା ତାହା କରିବାକୁ ବାଧ୍ୟ ହେଉଥିଲି । ତେବେ ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତିତ ହେବାକୁ ଲାଗିଲା । ନିଜ କ୍ୟାରିୟରରେ ବର୍ତ୍ତମାନ ସୁଦ୍ଧା ୭ଟି ଗ୍ରାମୀ ଜିତି ସାରିଥିବା ଏହି ସିଙ୍ଗର ଜଣଙ୍କ ୨୦୨୧ରେ ହାପିଅର ଦ୍ୟାନ ଏଭର ଆଲବମରେ ଗୀତ ଗାଇଥିଲେ ।

Get real time updates directly on you device, subscribe now.