fbpx
BSKY
BJD MC SKY
BJD YOUTH SKY

ହିଜାବ ନ ପିନ୍ଧିବାରୁ ପିଟିଲା ପୋଲିସ, ୧୬ ବର୍ଷର ଝିଅ ଏବେ କୋମାରେ

ନୂଆଦିଲ୍ଲୀ : ହିଜାବ ମାମଲାରେ ଇରାନରେ ବିରୋଧ ପଦର୍ଶନ ଏବେ କିଛି ସମୟ ହେବ ଚାଲି ଆସୁଛି । ଏବେ ଏହି ବିଷୟ ଏଠାରେ ଚର୍ଚ୍ଚାରେ । ଏଠାରେ ମହିଳାମାନେ ବିରୋଧ ପଦର୍ଶନ କରୁଛନ୍ତି । ତେବେ ଏଠାରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ । ଏହା ଜଣେ ୧୬ ବର୍ଷର ଝିଅ ହଜାବ ନ ପିନ୍ଧିବାରୁ ପୋଲିସ ତାଙ୍କୁ ପିଟିଛି । ଏହି ଘଟଣା ପରେ ଏଠାରେ ଆନ୍ଦୋଳନ ସୃଷ୍ଟି ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ପୋଲିସ ପିଟିବା କାରଣରୁ ଜଣେ ୧୬ ବର୍ଷର ଝିଅ ଜୀବନ ଏବଂ ମୃତ୍ୟୁ ସହିତ ଲଢେଇ କରୁଛି । ସେହି ଝିଅ ହିଜାବ ପିନ୍ଧି ନଥିବାରୁ ମହିଳା ପୋଲିସ କର୍ମୀମାନେ ତାଙ୍କୁ ମେଟ୍ରୋରେ ତାଙ୍କୁ ପିଟିଥିଲେ ।

ପୋଲିସ ବାଡାଇବା ଦ୍ୱାରା ତାଙ୍କ ବେକ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଇରାନ ସରକାର ଏହି ଘଟଣାକୁ ଅଣ ଦେଖା କରୁଛନ୍ତି କିନ୍ତୁ ଏବେ ଏହାର ଚର୍ଚ୍ଚା ସୋସିଆଲ ମିଡିଆରେ ହେବାକୁ ଲାଗିଛି । ତେବେ ପାଖା ପାଖି ଏକ ବର୍ଷ ପୂର୍ବରୁ ମହସା ଅମିନ ନାମକ ଜଣେ ଯୁବତୀଙ୍କୁ ସେଠାରେ ପୋଲିସ ପିଟି ଥିଲା ଯାହା ଫଳରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ମହସାଙ୍କ ମୃତ୍ୟୁ ପରେ ଦେଶ ବ୍ୟାପି ଆନ୍ଦୋଳନ ହୋଇଥିଲା ।

Get real time updates directly on you device, subscribe now.