fbpx

ପ୍ରେମିକା ପାଇଁ ବିଷ ପିଇ ଜୀବନ ହାରିଲେ ଯୁବକ : ପ୍ରତାରଣା ପରେ ନେଲେ ଏପରି ପଦକ୍ଷେପ

ବାଲେଶ୍ୱର : ଦିନକୁ ଦିନ ଆତ୍ମହତ୍ୟାର ମାମଲା ବଢିବାରେ ଲାଗିଛି । କିଏ ନଦୀକୁ ଡେଉଁଛି ତ କିଏ ବିଷ ପିଇ ଆତ୍ମହତ୍ୟା କରୁଛି । ସେହିଭଳି ଏକ ହୃଦୟଧରା ଘଟଣା ବାଲେଶ୍ୱରର ଖଇରା ଗାଁରୁ ସାମ୍ନାକୁ ଆସିଛି । ଜଣେ ଯୁବକ ସାତଦିନ ପୂର୍ବରୁ ବିଷ ପିଇ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ୭ଦିନ ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଝିଅର ପ୍ରତାରଣା ଯୋଗୁଁ ଏପରି ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅର୍ନ୍ତଗତ ନହଙ୍ଗ ଗ୍ରାମ ମହାଳିକ ସାହିର ବାସିନ୍ଧା ଗୟାଧର ମହାଳିକଙ୍କ ଏକମାତ୍ର ପୁଅ କମଳାକାନ୍ତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେ ବେଙ୍ଗାଲୁରର ଏକ କମ୍ପାନିରେ ଚାକିରି କରୁଥିଲେ । କିଛି ଦିନ ହେବ ସେ ଗାଁକୁ ଆସିଥିଲେ । କମଳାକାନ୍ତ ସ୍ଥାନୀୟ ଏକ ଯୁବତୀଙ୍କୁ ୩ ବର୍ଷ ହେଲା ପ୍ରେମ କରୁଥିଲେ । ସେ ସେପ୍ଟେମ୍ବର ୨୬ ଦିନ ସକାଳୁ ତାଙ୍କ ପ୍ରେମିକାକୁ ଏକ ମୋବାଇଲ ଗିଫ୍ଟ ଦେବାକୁ ଯାଇଥିଲେ । କିନ୍ତୁ ଯୁବତୀ ଜଣକ କୌଣସି ଏକ କାରଣ ପାଇଁ ସେହି ଗିଫ୍ଟଟିକୁ ଗ୍ରହଣ କରି ନଥିଲେ । ଏହାପରେ ଯୁବତୀ ଜଣଙ୍କ କମଳା ମାନ୍ତଙ୍କ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦେଇଥିଲେ । ଏହିସବୁ ସେବ ସହି ନପାରି ଚିନ୍ତା ଶକ୍ତି ହରାଇ, ସେପ୍ଟେମ୍ବର ୨୭ରେ ଏକ ଚରମ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିବା ପାଇଁ ବିଷ ପିଇ ଥିଲେ ।

କମଳାକାନ୍ତ ବିଷ ପିଇବା ସମୟରେ ମୋବାଇଲରେ ଏକ ଭିଡିଓ କରି ପ୍ରେମିକାଙ୍କ ହ୍ୱାଟ୍ସଆପକୁ ପଠାଇଥିଲେ । ଯୁବକ ଜଣଙ୍କ ବିଷ ପିଇବାର ଜାଣି ପରିବାର ଲୋକ ସାଙ୍ଗେ ସାଙ୍ଗେ ଖଇରାର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେଠାରୁ କଟକର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଭାଗ୍ୟବଶତଃ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସେ ଆଖି ବୁଜିଥିଲେ । ତେବେ ପୁଅର ମୃତ୍ୟୁ ପାଇଁ ପରିବାର ଲୋକେ ଯୁବତୀଙ୍କୁ ଦାୟୀ କରିଛନ୍ତି ।

Get real time updates directly on you device, subscribe now.