fbpx

ଶୋଇବାକୁ ଦେଉ ନ ଥିବାରୁ, ୨ ବର୍ଷ ଶିଶୁର ତଣ୍ଟି ଚିପି ହତ୍ୟା କଲା ଖୁଡି

AAKASH

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜବଲପୁରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଜଣେ ଶିଶୁର ତଣ୍ଟି ଚିପିହତ୍ୟା କରିଛନ୍ତି । କାରଣ ଥିଲା ଶିଶୁର କାନ୍ଦ ଶବ୍ଧ ଶୁଣି ମହିଳା ଜଣଙ୍କ ଶୋଇ ପାରୁ ନଥିଲେ । ଏହି ଘଟଣା ସୋମବାର ହନୁମାନତାଲ ପୋଲିସ ଥାନା ଅଞ୍ଚଳରେ ଘଟିଛି । ତେବେ ଏହି ଘଟଣାରେ ପୋଲିସ ମହିଳା ଜଣଙ୍କୁ ଗିରଫ କରିଛନ୍ତି । ପୋଲିସ ଥାନାର ପ୍ରଭାରୀ କହିଛନ୍ତି ମହମ୍ମଦ ଶକିଲଙ୍କର ୨ ବର୍ଷର ଶିଶୁ କନ୍ୟା ହଠାତ ଗାୟାବ ହୋଇଥିଲେ । ଏହା ପରେ ପରିବାର ଲୋକ ଖୋଜା ଖୋଜି କରିଥିଲେ । କିନ୍ତୁ ତାଙ୍କ ଶିଶୁକନାକୁ ନ ପାଇବାରୁ ପୋଲିସରେ ଅଭିଯୋଗ କରିଥିଲେ ।

ଏହା ପରେ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଦେଖା ଯାଇଥିଲା । କିନ୍ତୁ ସେଥିରେ କିଛି ମିଳିଲା ନାହିଁ । ଏହା ପରେ ପୋଲିସ ତାଙ୍କ ଘରେ ଖୋଜିବା ଆରମ୍ଭ କରିଥିଲା । ଘରେ ଖୋଜିଲା ପରେ ଶିଶୁର ଶବ ଘରର ସୋଫା ଭିତରୁ ମିଳିଥିଲା । ତେବେ ସୂଚନା ଅନୁସାରେ ଶିଶୁଟି ଅପରାହ୍ନରେ ତାହାର ଖୁଡି ଘରକୁ ଯାଇଥିଲେ । ଏହା ପରେ ସେମାନେ ଖାଇଥିଲେ ଖାଇଲା ପରେ ଖୁଡି ଶୋଇବାକୁ ଚାହୁଁଥିଲେ ଏବଂ ଶିଶୁକୁ ତାର ମା’ ପାଖକୁ ନେଇଥିଲେ । କିନ୍ତୁ ଶିଶୁଟି ମା’ ପାଖକୁ ଯାଇ ନଥିଲା । ଏଥି ପାଇଁ ଖୁଡି ତାକୁ ଏକ ଚାପୁଡା ମଧ୍ୟ ମାରିଥିଲେ । ଏହା ପରେ ଝିଅଟି କାନ୍ଦିବା ଆରମ୍ଭ କରିଥିଲା । ଏହା ପରେ ଖୁଡି ରାଗରେ ତାହାର ହତ୍ୟା କରିଥିଲେ । ତେବେ ପୋଲିସ ମହିଳାଙ୍କ ଉପରେ ହତ୍ୟାର ଅଭିଯୋଗ ଲଗାଇଛନ୍ତି ଏବଂ ତାଙ୍କୁ ଗିରଫ କରିଛନ୍ତି ।

Get real time updates directly on you device, subscribe now.