fbpx
BSKY
BJD YOUTH SKY
BJD MS SKY

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା, କଟକ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରୋଜେକ୍ଟ ମ୍ୟାନେଜର ଓ ପ୍ରୋଜେକ୍ଟ ଆସୋସିଏଟ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଅଫିସିଆଲ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କଟକ ଭାରତ ସରକାରଙ୍କର ଏକ ମୁଖ୍ୟ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ପକ୍ଷରୁ କିଛି ପଦ ପୂରଣ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ ମ୍ୟାନେଜର ଓ ପ୍ରୋଜେକ୍ଟ ଆସୋସିଏଟ ପଦରେ ନିଯୁକ୍ତି ଦିଆଯିବ । ୫ଟି ପ୍ରୋଜେକ୍ଟ ମ୍ୟାନେଜର ପଦ ଖାଲି ଥିବା ବେଳେ ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ସେଥିରେ ନିଯୁକ୍ତି ଦିଆଯିବ । ସେହିପର ୧୦ଟି ପ୍ରୋଜେକ୍ଟ ଆସୋସିଏଟ ପଦ ଖାଲିଥିବା ବେଳେ ସେଥିରେ ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ପ୍ରୋଜେକ୍ଟ ମ୍ୟାନେଜର ପଦରେ ପ୍ରାର୍ଥୀଙ୍କୁ ମାସିକ ୩୧ ହଜାର ଟଙ୍କା ବେତନ ସହିତ ଅନ୍ୟ ସୁବିଧା ପ୍ରଦାନ କରାଯିବ । ସେହିପରି ପ୍ରୋଜେକ୍ଟ ଆସୋସିଏଟ ପଦରେ ପ୍ରାର୍ଥୀଙ୍କୁ ମାସିକ ୧୩,୫୦୦ ଟଙ୍କା ବେତନ ସହିତ ଅନ୍ୟ ସୁବିଧା ପ୍ରଦାନ କରାଯିବ । ନଭେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ର ସ୍ପିଡ ପୋଷ୍ଟ / ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ । ପ୍ରଥମ ପଦ ପାଇଁ ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଓ ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀଙ୍କୁ ୨୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ (ଡିଡି) ପଠାଇବାକୁ ପଡ଼ିବ ।

ୱେବସାଇଟ୍ ଲିଙ୍କ: https://www.nluo.ac.in/

Get real time updates directly on you device, subscribe now.