fbpx

ପ୍ରବଳ ବର୍ଷା କାରଣରୁ ବଡ଼ ଅଘଟଣ: ଅଚାନକ ଭୁଶୁଡ଼ିଲା ୨୪ଟି ପରିବାର ରହୁଥିବା ଏକ ୩ ମହଲା ବିଲଡିଂ

ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ଘଟିଯାଇଛି ଏକ ବଡ଼ଧରଣର ଅଘଟଣ । ମହାରାଷ୍ଟ୍ରର ମୁମ୍ବାଇରେ ଏକ ୩ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଉକ୍ତ ବିଲଡିଂରେ ୨୪ଟି ପରିବାର ରହୁଥିବା ବେଳେ ସେମାନଙ୍କ ଜୀବନକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଭଗ୍ନ ବିଲଡିଂ ତଳେ ଅନେକ ଲୋକ ଦବି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ପରେ ନଭୀ ମୁମ୍ବାଇର ଶାହବାଜ ଗ୍ରାମରେ ନିର୍ମିତ ହୋଇଥିବା ପ୍ଲସ ୩ ମହଲା ବିଲଡିଂ ଅଚାନକ ଭୁଶୁଡ଼ି ପଡ଼ିଥିଲା ।

ସୂଚନା ମୁତାବକ, ପ୍ରବଳ ବର୍ଷା କାରଣରୁ ମହାରାଷ୍ଟ୍ରର ନଭୀ ମୁମ୍ବାଇ ସ୍ଥିତ ଏକ ୩ ମହଲା ବିଲଡିଂ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଉକ୍ତ ବିଲଡିଂରେ ୨୪ଟି ପରିବାର ରହୁଥିବା ବେଳେ ଭଗ୍ନ ବିଲଡିଂ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜେସିବି ଜରିଆରେ ଭଗ୍ନ ସାମଗ୍ରୀକୁ ହଟାଯାଉଛି ।

Get real time updates directly on you device, subscribe now.