fbpx

୪ର୍ଥ ଶ୍ରେଣୀର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କଲେ ପଡୋଶୀ, ଶେଷରେ ପ୍ରେଗନେଣ୍ଟ କଥା ଜାଣି କରାଇଲେ ଗର୍ଭାପାତ

ଲକ୍ଷ୍ନୌ: ଦେଶରେ ବଳତ୍କାର ମାମଲା ବଢିବାରେ ଲାଗିଛି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଗୋସାଇଁଗଜ ଥାନା ଅନ୍ତର୍ଗତ ଅମେଠି କସ୍ୱେରରେ ଘଟିଥିବା କଥା ସାମ୍ନାକୁ ଆସିଛି। ଜଣେ ୮ ବର୍ଷୀୟ ନାବାଳିକା ଗୋଟିଏ ମାଂସ ଦୋକାନୀ ଦ୍ୱାରା ବଳାତ୍କାରର ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ଏହି ନାବାଳିକାଟି ୪ର୍ଥ ଶ୍ରେଣୀରେ ପଢୁଛନ୍ତି । ଝିଅଟିର ବାପା ମାଆ ପ୍ରତିଦିନ ମଜୁରୀ କରିବା ପାଇଁ ବାହାରକୁ ଯାଉଥିଲେ ଭାରି । ଝିଅଟି ଘରେ ଏକା ରହୁଥିବା ବେଳେ ପାଖ ପଡୋଶୀ, ଉମର କୁରେସ ଓରଫ ଗୁଡ୍ଡୁ ଛାତ୍ରୀଟିକୁ ଚକୋଲେଟ ଦେଇ ଫସେଇ ଦେଇଥିଲେ । ଏହିପରି ଭାବରେ ଲଗାତାର ଦୋକାନୀଟି ନାବାଳିକାଙ୍କୁ ଚକୋଲେଟ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥଲେ । ଏହାପରେ ଏହି ବିଷୟରେ କାହାରିକୁ ନଜଣାଇବା ପାଇଁ ସେ ଧମକ ମଧ୍ୟ ଦେଉଥିଲେ । ଏହିପରି ଭାବେ ସେ ସେହି ଝିଅ ସହ ୬ମାସ ଧରି ବଳାତ୍କାର କରିବା ଦ୍ୱାରା ପୀଡ଼ିତା ଜଣକ ଗର୍ଭାବତ୍ତୀ ହୋଇଥିଲେ ।

ଯେତେବେଳେ ସେ ଜାଣିବାକୁ ପଇଲେ ଝିଅଟି ଗର୍ଭବତୀ ଅଛି, ସେତେବେଳେ ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ନେଇ ଯବରନ ନାମକ ଏକ ଘରୋଇ ହସ୍ପିଟାଲରେ ଗର୍ଭପାତ୍ତ କରାଇଥିଲେ । ଗର୍ଭପାତ୍ତ ପରେ ଝିଅଟିର ରକ୍ତସ୍ରାବ ସହ ପେଟ ମଧ୍ୟ କାଟିଥିଲା । ଏହାପରେ ଘର ଲୋକ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ଝିଅଟିକୁ ବହୁବାର ପଚରାଯିବା ପରେ ସେ ସମସ୍ତ ମାମଲା ବିଷୟରେ କହିଥିଲେ ।

ପରବର୍ତ୍ତୀ ସମୟରେ ଘର ଲୋକ ଗୋସାଇଁଗଜ ଥାନାରେ ଗୁଡ୍ଡୁଙ୍କ ନାମରେ ଅଭିଯୋଗ କରିଥିଲେ, ପୋଲିସ ଅଧିକାରୀମାନେ ସଙ୍ଗେ ସଙ୍ଗେ ଏନେଇ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପରେ କମିଶନର ଏସବି ସିରୋଡ଼କର କହିଥିଲେ ଯେ, ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରାଯାଉଛି । ଏହାପରେ ଗର୍ଭାପାତ ହୋଇଥିବା ନର୍ସିହୋମର ଡାକ୍ତର ଏବଂ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.