fbpx

(Video) ଭୟଙ୍କର ନିଆଁରେ ଜଳୁଛି ମୁମ୍ବାଇର ୬ ମହଲା କୋଠା: ସର୍ଟ ସର୍କିଟରୁ ଲାଗିଲା ନିଆଁ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଲାଗିଛି ଭୟଙ୍କର ନିଆଁ । ସ୍ଥାନୀୟ ଡୋମ୍ବଭଲୀ ଲୋଢା ଫେଜ୍ ୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୀଷଣ ନିଅାଁ ଲାଗିଥିବା ଜାଣିବାକୁ ମିଳିଛି । ଏହି ନିଆଁରେ ୫-୬ ମହଲା ଗ୍ୟାଲେରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି, ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ବିଲ୍ଡିଂର ତୃତୀୟ ମହଲା ପର୍ଯ୍ୟନ୍ତ ଲୋକ ରହୁଥିବା ନେଇ ସୂଚନା ମିଳିଛି । ନିଆଁ ଲାଗିବା ଖକବର ପାଇବା ମାତ୍ରେ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସର୍ଟ ସର୍କିଟ ଯୋଗୁଁ ଏହି ୬ ମହଲା କୋଠାରେ ନିଆଁ ଲାଗିଥିବା ଜଣାଯାଇଛି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭୟଙ୍କର ନିଆଁରେ ଜଳୁଥିବା କୋଠାରୁ ପ୍ରବଳ ଧୂଆଁ ବାହାରୁଥିବା ଏହି ଭିଡିଓରେ ଦେଖାଯାଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ଏହି ଅଘଟଣରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିପାରିନାହିଁ ।

Get real time updates directly on you device, subscribe now.