fbpx

ଦ୍ୱିତୀୟ ଦିନିକିଆରେ ବଦଳିପାରେ ଟିମ ଇଣ୍ଡିଆର ପ୍ଲାନ: ଏହି ଖେଳାଳି କରିପାରନ୍ତି ଏଣ୍ଟ୍ରି

AAKASH

ଅହମ୍ମଦାବାଦ: ୱେଷ୍ଟ-ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି । ମ୍ୟାଚରେ ଚହଲ ଏବଂ ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବୋଲିଂ ସହିତ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଏହି ମ୍ୟାଚକୁ ୬ ୱିକେଟରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚରେ ଅନୁବସ୍ତିତ ରହିଥିଲେ ଉପ-ଅଧିନାୟକ କେ.ଏଲ ରାହୁଲ । କିନ୍ତୁ ଦ୍ୱିତୀୟ ମ୍ୟାଚ ପୂର୍ବରୁ ସେ ଦଳ ସହିତ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିଛନ୍ତି । ତାଙ୍କ ପ୍ରତ୍ୟାବର୍ତ୍ତନରେ ଦଳରେ ହୋଇପାରେ ଏକ ବଡ ପରିବର୍ତ୍ତନ ।

IND vs WI: India's Predicted Playing XI Against West Indies– India vs West  Indies 2022, 2nd ODI

ପ୍ରଥମ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ଇଶାନ କିଶାନ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ପାଇଁ ୮୪ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରସିପ କରିଥିଲେ ଉଭୟ ଖେଳାଳି । ତେବେ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ଓପନିଙ୍ଗ କରିବା ପାଇଁ ପ୍ଲାନ କରିପାରେ ଟିମ ଇଣ୍ଡିଆ । ଫଳରେ ଇଶାନ କିଶାନ ଦଳରୁ ବାଦ ପଡିପାରନ୍ତି । ସେହିପରି ପ୍ରଥମ ମ୍ୟାଚରେ ଡେବ୍ୟୁ କରିଥିବା ଦୀପକ ହୁଡ୍ଡାଙ୍କୁ ମଧ୍ୟ ପ୍ଲେଇଙ୍ଗ ୧୧ରୁ ବାଦ ଦେଇ ଇଶାନ କିଶାନଙ୍କ ଆଉ ଥରେ ଓପନିଙ୍ଗ କରିବାର ସୁଯୋଗ ଦିଆଯାଇପାରେ । ଏମିତି ହେଲେ କେ.ଏଲ ରାହୁଲଙ୍କୁ ମଧ୍ୟକ୍ରମରେ ଖେଳିବା ପାଇଁ ସ୍ଥିର କରିପାରେ ମ୍ୟାନେଜମେଣ୍ଟ ।

T20 World Cup warm-up game: Ishan Kishan-KL Rahul blow away England as  India win by 7 wickets

ପ୍ରଥମ ମ୍ୟାଚରେ ଫେଲ ମାରିଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ କିପର ଋଷଭ ପନ୍ତ ଫର୍ମରେ ଫେରିବା ପାଇଁ ଚେଷ୍ଟା କରିବେ । ତେବେ ବୋଲିଂରେ କୌଣସି ପରିବର୍ତ୍ତନ କରି ନପାରେ ରୋହିତ ସେନା । ପ୍ରଥମ ମ୍ୟାଚରେ ଚହଲ ୪ଟି ଏବଂ ୱାଶିଂଟନ ସୁନ୍ଦର ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ତେବେ ସାର୍ଦ୍ଦୁଳ ଠାକୁର କୌଣସି ୱିକେଟ ପାଇ ନଥିଲେ ସୁଦ୍ଧା ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚିନ୍ତା କରିପାରେ ଟିମ ।

 

ସମ୍ଭାବ୍ୟ ପ୍ଲେଇଙ୍ଗ ୧୧:
ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ୱଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କୃଷ୍ଣା, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ

Get real time updates directly on you device, subscribe now.