fbpx
BJD
BJD SKY
BJD SKY

ଉଷୁନା ଚାଉଳ ଉଠାଇବା ପ୍ରସଙ୍ଗକୁ ନେଇ ପ୍ରତିବାଦ: କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ରାଜ୍ୟରୁ ଉଷୁନା ଚାଉଳ ଉଠାଉନଥିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ଏଫସିଆଇ ଅଫିସ ଆଗରେ ଧାରଣା ଦେଇଛି ବିଜେଡି । ଏଫସିଆଇ କାର୍ୟ୍ୟାଳୟ ଆଗରେ ଗଣଧାରଣା ଦେଇ ପ୍ରତିବାଦ କାରିଛି  ବିଜେଡି ଜୋରଦାର  କରିଛି  ଉଷୁନା ଚାଉଳ ନ ଉଠିବା ପ୍ରସଙ୍ଗ ଦଳ ଅଭିଯୋଗ କରିଛି ଯେ, ଏଫସିଆଇର ଟାଳଟୁଳ ନୀତି ଯୋଗୁ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠୁନି । କେବଳ ନିର୍ବାଚନ ସମୟରେ ଚାଷୀଙ୍କ କଥା କହୁଥିବା ବିଜେପି, ପ୍ରତିଶ୍ରୁତି ଓ ପ୍ରତାରଣାର ଦଳ ପାଲଟିଛି । ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି ସହିତ ଚିଠି ଲେଖିଲା ପରେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ ।

ଦଳୀୟ କର୍ମୀ ଓ ନେତାମାନେ ଆନ୍ଦୋଳନରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି କହିଛି ଅନ୍ୟ ଓଡ଼ିଶାକୁ ପାତର ଅନ୍ତର କରାଯାଉଛି । ଓଡ଼ିଶାରୁ ଉଷୁନା ଚାଉଳ ଉଠାଯାଉନାହିଁ । ବିଜେଡି ଅଭିଯୋଗ କରିଛି ଯେ ରାଜ୍ୟରେ ୧୫ ରୁ ୨୦ ଲକ୍ଷ ଉଷୁନା ଚାଉଳ ଏବେବି ପଡ଼ିରହିଛି । ତେଣୁ ଏହାକୁ ଖୁବଶୀଘ୍ର ଏଫସିଆଇ କିଣିନେବାକୁ ଦାବି କରିଛି ବିଜେଡି । କିଛି ଦିନ ତଳେ ସଂସଦରେ ସମାନ କଥା ଉଠାଇଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ପିଏମ ଆବାସ ଯୋଜନାରେ ଘର ନମିଳିବା, ଉଷୁନା ଚାଉଳ ଉଠା ନଯିବା, ଏମଏସପି ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ବିଜେଡି ଅଭିଯୋଗ ପରେ ଅଭିଯୋଗ ଆଣିଛି । ବିଜେପି ମଧ୍ୟ କେନ୍ଦ୍ର ସରକାର ଦେଉଥିବା ଅନୁଦାନ  କଥା ଏହାକୁ କାଉଣ୍ଟର କରୁଛି । ରାଜ୍ୟ ବିଜେପି ଅଭିଯୋଗ କରିଛି ରାଜ୍ୟ ସରକାର ଧାନ ଉଠାଇବାରେ ଫେଲ୍ ମାରିଛନ୍ତି ଏବଂ ମିଲରଙ୍କ ସହ ଅସାଧୁ ମେଣ୍ଟ ଧରାପଡ଼ିବା ଭୟରେ ପ୍ରତିବାଦ କରି ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.