fbpx

ଆକ୍ସିସ୍ Mutual ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଇକ୍ୱିଟି ଇଟିଏଫ୍ସ ଏଫ୍ଓଏଫ୍’ର ଶୁଭାରମ୍ଭ

AAKASH

ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସଂପତି ପରିଚାଳନା କଂପାନି ଆକ୍ସିସ୍ ମୁ୍ୟଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଇଟିଏଫ୍ସ ଏଫ୍ଓଏଫ୍ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ଓପୋନ୍ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ ଯେଉଁଥିରେ ୟୁନିଟ୍ଗୁଡ଼ିକୁ ଡୋମେଷ୍ଟିକ୍ (ଦେଶ ଭିତର) ଇକ୍ୱିଟିରେ ନିବେଶ କରାଯାଏ । ଏହି ନୂଆ ଫଣ୍ଡ୍ର ପରିଚାଳନା କରିବେ ଫଣ୍ଡ୍ ମ୍ୟାନେଜର ଶ୍ରେୟସ ଦେବାଲ୍କର । ଏହି ଫଣ୍ଡ୍ରେ ନିବେଶ କରିବାର ସର୍ବନିମ୍ନ ରାଶି ୫୦୦୦ ଟଙ୍କା ରହିଥିବା ବେଳେ ଏହା ପରେ ଏକ ଟଙ୍କାର ଗୁଣିତକ ହିସାବରେ ନିବେଶକ ନିବେଶ ରାଶିକୁ ବଢ଼ାଇପାରିବେ । ଏହି ନୂତନ ଫଣ୍ଡ୍ ନିଫ୍ଟି ୫୦୦ ଟିଆର୍ଆଇ ବେଂଚ୍ମାର୍କକୁ ଟ୍ରାକ୍ କରିବ ଏବଂ ଫଣ୍ଡ୍ ମ୍ୟାନେଜରଙ୍କ ଟପ୍ ଡାଉନ୍ ନିବେଶ ରଣନୀତି ଅନୁସାରେ ଘରୋଇ ଇକ୍ୱିଟି ଇଟିଏଫ୍ରେ ନିବେଶ କରି ଆଲ୍ଫା ସୃଷ୍ଟି କରିବ ।

ଏହି ଫଣ୍ଡ୍ର ଏନ୍ଏଫ୍ଓ ୨୦୨୨ ଫେବ୍ରୁଆରି ୪ରେ ଖୋଲି ଓ ୨୦୨୨ ଫେବ୍ରୁଆରି ୧୮ରେ ବନ୍ଦ ହେବ । ପରୋକ୍ଷ ରଣନୀତିରେ ନିବେଶ ପାଇଁ ଇଟିଏଫ୍ ବେଶ ଲୋକପ୍ରିୟ ହୋଇପାରିଛି କାରଣ ଏଥିରେ ଟ୍ରାକ୍ କରାଯାଉଥିବା ସୂଚୀର ପୋର୍ଟଫୋଲିଓ ପ୍ରତିଫଳିତ ହୁଏ । ଗତ ତିନି ବର୍ଷ ଭିତରେ ଇକ୍ୱିଟି ଇଟିଏଫ୍ରେ ୩ ଗୁଣାରୁ ଅଧିକ ବୃଦ୍ଧି ଘଟିଛି । ଏହା ସତ୍ୱେ ନିବେଶକମାନେ ସଠିକ୍ ଇଟିଏଫ୍ ଚୟନ କରିବାରେ ଅସୁବିଧା ସାମ୍ନା କରିଥାନ୍ତି । ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ର ଓ ବଜାର ଭାଗ ଭିନ୍ନ ଭିନ୍ନ ପ୍ରଦର୍ଶନ କରିଥାନ୍ତି, ସେଥିପାଇଁ ଆକ୍ସିସ୍ ଇକ୍ୱିଟି ଇଟିଏଫ୍ ଏଫ୍ଓଏଫ୍ର ନିବେଶ ଦର୍ଶନକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ପାଣ୍ଠିକୁ ବ୍ୟାପକ ବଜାର ଅଂଶ ଏବଂ କ୍ଷେତ୍ରରେ ଆବଂଟନ କରିଥାଏ । ଏହା ନିବେଶକଙ୍କୁ ବିପଦ ପରିଚାଳନାରେ ବିବିଧତା ଆଣିବାରେ ସହାୟକ ହୋଇଥାଏ ।

ଚନେ୍ଦ୍ରଶ ନିଗମ, ଏମ୍ଡି ଓ ସିଇଓ, ଆକ୍ସିସ୍ ଏଏମ୍ସି କହିଛନ୍ତି ଯେ, “ପରୋକ୍ଷ ନିବେଶର ପ୍ରଭାବୀ ସ୍ୱଳ୍ପ ମୂଲ୍ୟ ରଣନୀତି ଯାହା ଯଥା ସମ୍ଭବ ଏକ ନିର୍ଦିଷ୍ଟ ସୂଚକାଙ୍କକୁ ଟ୍ରାକ୍ କରୁଥିବା ବେଳେ ବ୍ୟାପକ ବଜାର ଜ୍ଞାନ ଉପରେ ମଧ୍ୟ ନିର୍ଭରଶୀଳ ରହିଥାଏ ଏବଂ ଏଭଳି କିଛି ପ୍ରମୁଖ କାରଣ ଯୋଗୁଁ ନିବେଶକମାନଙ୍କ ମଧ୍ୟରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି । ଆକ୍ସିସ୍ ଇକ୍ୱିଟି ଇଟିଏଫ୍ ଏଫ୍ଓଏଫ୍ର ଉନ୍ମୋଚନ ସହିତ ଆମେ ନିରବଚ୍ଛିନ୍ନ ଭାବେ ବଜାର ପୁଂଜି ପରିଚାଳନା ଏବଂ କ୍ଷେତ୍ର/ ବର୍ଗ ପରିଚାଳନାରେ ସମନ୍ୱୟ ରକ୍ଷା କରିପାରିଛୁ, ଫଳରେ ପରୋକ୍ଷ ରଣନୀତିର ପ୍ରତ୍ୟକ୍ଷ ପରିଚାଳନା ହୋଇପାରୁଛି । ଏହି ନୂଆ ସ୍କିମ୍ର ପଦ୍ଧତି ଆମର ରହିଥିବା ଦର୍ଶନ “ଦାୟିତ୍ୱବାନ ନିବେଶ’ ସହିତ ବେଶ ଖାପଖାଉଛି ଏବଂ ଆମର ବିଶ୍ୱାସ ରହିଛି ଯେ ଆମ ଉତ୍ପାଦ ପୋର୍ଟଫୋଲିଓରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନରେ ପରିଣତ ହେବ ।’’

Get real time updates directly on you device, subscribe now.