fbpx

୪୮ ଘଣ୍ଟା ଭିତରେ ଓଡ଼ିଶାକୁ ଆସୁଛି ବଡ଼ ବାତ୍ୟା! ୨୯ରେ ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ 

Advertisement

ନୂଆଦିଲ୍ଲୀ: ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଆଗାମୀ ଦିନରେ ଏହା ଏକ ବଡ଼ ବାତ୍ୟାର ରୂପ ନେଇପାରେ । ତେଣୁ ଓଡ଼ିଶାକୁ ପୁଣି ଏକ ବାତ୍ୟା ଭୟ ଗାରିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ତେବେ ଆଗାମୀ ସମୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତା ୨୯ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ । ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏହି ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଣ୍ଟାରେ ଏହା ବାତ୍ୟାର ମଧ୍ୟ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ପାଣିପାଗ ବିଭାଗର ଏହି ରିପୋର୍ଟ ଓଡ଼ିଶାବାସୀଙ୍କୁ ଭୟରେ ପକାଇ ଦେଇଛି । ରାଜ୍ୟରେ ଏବେ ଶୀତର ପ୍ରଭାବ ଆରମ୍ଭ ହୋଇଥିବା ବେଳେ ବାତ୍ୟା ବିଭିନ୍ନ ସମସ୍ୟର କାରଣ ହୋଇପାରେ ।

Get real time updates directly on you device, subscribe now.