fbpx

ଖେଳୁଥିବା ବେଳେ ହେଲା ବଚସା, ରାଉଣ୍ଡରରେ ସାଥୀ ଛାତ୍ରକୁ ୧୦୮ ଥର ଆକ୍ରମଣ କଲେ ଅନ୍ୟ ୩ ଛାତ୍ର

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଖେଳିବା ସମୟରେ ହୋଇଥିବା ସାମାନ୍ୟ ବଚସାରୁ ୪ର୍ଥ କ୍ଲାସର ୩ ଜଣ ଛାତ୍ର ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରକୁ ରାଉଣ୍ଡରରେ ଆକ୍ରମଣ କରିଛି । ଏମାନେ ପୀଡିତ ଛାତ୍ରକୁ ରାଉଣ୍ଡରରେ ୧୦୮ ଥର ଆକ୍ରମଣ କରିଛନ୍ତି । କେବଳ ଏତିକି ନୁହେଁ ଏହି ଅଭିଯୁକ୍ତ ଛାତ୍ରମାନେ ପୀଡିତକୁ ଜୋରଦାର ଗୋଇଠା ଓ ମୁଥ ମଧ୍ୟ ମାରିଥିଲେ । ଏହି ଘଟଣା ଏରୋଡ୍ରମ କ୍ଷେତ୍ରର ଗରିମା ବିଦ୍ୟା ବିହାର ସ୍କୁଲରେ ଘଟିଛି । ଘଟଣାରେ ଭୀଷଣ ଭାବରେ ଭୟ ପାଇଯାଇଥିବା ଛାତ୍ର ଏ ବିଷୟରେ ଟିଚରଙ୍କୁ ବି କିଛି ଜଣାଇନାହିଁ ।

ମିିଳିଥିବା ସୂଚନା ଅନୁସାରେ ସ୍କୁଲରେ ପିଲାମାନଙ୍କର ଏକ ଫ୍ରି ପିରିୟଡ ଥିଲା । ଏହି ସମୟରେ ପିଲାମାନେ ଖେଳୁଥିଲେ । ସମସ୍ତଙ୍କ ବୟସ ପ୍ରାୟ ୧୦ ବର୍ଷ ଥିଲା । ୨୪ ନଭେମ୍ବର ଦ୍ୱିପ୍ରହରରେ ହୋଇଥିବା ବିବାଦ ପରେ ପିଲାଟି ଘରେ ପହଞ୍ଚିବା ପରେ ସେ ନିଜ ମାତାପିତାଙ୍କୁ ଗୋଡର କ୍ଷେତ ଦେଖାଇଥିଲା ଓ ସମସ୍ତ ଘଟଣା ଗୋଟି ଗୋଟ କରି କହିଥିଲା । ଏହା ଦେଖିବା ପରେ ପିଲାର ମାତାପିତା ବିଚଳିତ ହୋଇଯାଇଥିଲେ ଓ ଅଭିଯୋଗ କରିବାକୁ ସ୍କୁଲରେ ପହଞ୍ଚିବା ବେଳକୁ ସ୍କୁଲ ଛୁଟୀ ହୋଇଯାଇଥିଲା ।

ପରବର୍ତ୍ତୀ ଦିନ ଏମାନେ ସ୍କୁଲ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସେ କେବଳ ଆଶ୍ୱାସନା ଦେଇ ଫେରାଇ ଦେଇଥିଲେ । ଏହାପରେ ସେମାନେ ଏରୋଡ୍ରମ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଜେଜେ ଆକ୍ଟ ଜରିଆରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୋଗ ଗ୍ରହଣ କରି ଯାଞ୍ଚ କମିଟି ଗଠନ କରିଛି । ପୋଲିସ କହିଛି ଯାଞ୍ଚରେ ଯେଉଁ ଛାତ୍ରଙ୍କ ନାମ ଆସିବ ତାଙ୍କ ବିରୁଦ୍ଧରେ ଜେଜେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.