fbpx

ଅଫୁଟା ବାଣରୁ ବାରୁଦ କାଢି ଖେଳୁଥିଲା ବାଳକ , ଘଟିଲା ଏପରି ଘଟଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଅଫୁଟା ବାଣରୁ ବାରୁଦ କାଢି ଖେଳିବା ନାବାଳକକୁ ପଡିଛି ମହଙ୍ଗା । ବାରୁଦରୁ ବିସ୍ଫୋରଣ ହେବା ଫଳରେ ନବାଳକ ଜଣକ ଗୁରୁତର ଆହତ ହୋଇଛନ୍ତି । ତେବେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନସ୍ଥ କାଁପଡା ଗ୍ରାମରେ ଘଟିଛି ଅଘଟଣ । ଗ୍ରାମର ଏକ ବାହାଘରରେ ଫୁଟା ଯାଇଥିବା ବାଣରୁ କିଛି ବାଣ ଅଫୁଟା ରହିଯାଇଥିଲା । ଏହି ବାଣ ସହ ଖେଳିବା ସମୟରେ ଗୁରୁତର ଆହତ ହୋଇଛି ଗ୍ରାମର ରାଜୁ ମଳିକଙ୍କ ପୁଅ ଶିବା । ତେବେ ଘରେ କେହି ନଥିବା ସମୟରେ ଶିବା ଅଫୁଟା ବାଣରୁ ବାରୁଦ କାଢି ନିଆଁ ଲଗାଉଥିବା ସମୟରେ ହଠାତ୍ ବାରୁଦ ବିସ୍ଫୋରଣ ହୋଇଥିଲା ।

ଫଳରେ ଶିବାଙ୍କ ଶରୀର ପୋଡିଯାଇଥିଲା । ନିଆଁରେ ପୋଡି ହୋଇ ଶିବା ଚିକ୍ରାର କରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ପହଞ୍ଚି ଶିବାକୁ ଉଦ୍ଧାର କରି ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଶିବାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ ଭଦ୍ରକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସିତ କରାଯାଉଛି ।

Get real time updates directly on you device, subscribe now.