fbpx
BSKY
BJD MC SKY
BJD YOUTH SKY

ଦିନରେ BPSC ପାଠ ପଢା, ରାତିରେ ମଦ ଡେଲିଭରୀ, ଗିରଫ ହେଲେ ଛାତ୍ର

ପାଟଣା: ବିହାରରେ ମଦ ବିକ୍ରି ଏବଂ ସେବନ ଉପରେ ରୋକ ଲଗାଇବା ପାଇଁ ପୋଲିସ ଜୋରଦାର ପ୍ରୟାସ ଚଲାଇଛି । ହେଲେ ମଦ ନିଶାଧାରୀ ମାନେ କେଉଁ ପଟେ ମଦ ପିଇବେ ବୋଲି ବାଟ ଖୋଜି ନେଉଛନ୍ତି । ବର୍ତ୍ତମାନ ବିହାରର ହାଜିପୁର ଠାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଛାତ୍ର ବହି ଭିତରେ ମଦ ପୁରାଇ ହୋମ ଡେଲିଭରୀ କରୁଥିବାର କଥା ସାମ୍ନାକୁ ଆସିଛି । ପୋଲିସ ଏହାର ଗୁପ୍ତ ସୂଚନା ନେଇ ଅପରାଧୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଗିରଫ ହୋଇଥିବା ଯୁବକ ପାଟଣାରେ ଏକ ନାମୀ ଆଇଏଏସ କୋଚିଂ ଇନଷ୍ଟିଚ୍ୟୁଟରେ ପାଠ ପଢୁଛି । ଏହି ଇନଷ୍ଟିଚ୍ୟୁଟରେ ସେହି ଛାତ୍ର ଜଣକ ଦିନରେ ବିପିଏସସି ପାଇଁ ନିଜକୁ ପ୍ରସ୍ତୁତି କରେ ଏବଂ ରାତିରେ ମଦ ନେଇ ହୋମ ଡେଲିଭରୀ କରେ । ଏହି ଯୁବକଙ୍କ ନାମ ହେଉଛି ଆଶୁତୋଷ ରାଜ, ଯିଏ ସୋନପୁରରେ ରୁହେ । ତାଙ୍କୁ ଉତ୍ପାଦ ବିଭାଗ ଦ୍ୱାରା ମଦ ବୋତଲ ସହ ଧରାଯାଇଛି । ସେ ମଦ ବୋତଲକୁ ନିଜ ବ୍ୟାଗ ଭିତରେ ରଖି ସ୍କୁଟି ଡିକିରେ ହାଜିପୁର ଡେଲିଭରୀ ପାଇଁ ନେଇ ଯାଉଥିଲା ।

ଆଶୁତୋଷ ଧରା ପଡିବା ପରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ ଏବଂ କହିଲେ ମୁଁ ବହୁତ ଗରିବ ଆଟେ । ପାଠ ପଢିବାର ଖର୍ଚ୍ଚ ଉଠାଇବା ପାଇଁ ସାଙ୍ଗ ମାନଙ୍କ କଥାରେ ଏପରି ମଦ ହୋମ ଡେଲିଭରୀକୁ ଆପଣେଇ ନେଇଛି ।ଘଟଣାସ୍ଥଳରେ ଇନସ୍ପେକ୍ଟର ଅଜିତ କୁମାର କହିଛନ୍ତି ଯେ, ଏହି ଆରୋପୀକୁ ଛାଡି ଅନ୍ୟ କିଛି ଛାତ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି । ଯେଉଁମାନେ ବ୍ୟାଗର ବହି ଭିତରେ ପୁରାଇ ମଦକୁ ହୋମ ଡେଲିଭରୀ କରୁଛନ୍ତି । ସେହି ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ନିଜର ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.