ଶାଶୂଘର ଲୋକଙ୍କ ନିସ୍ତୁକ ମାଡ଼, ଭାଙ୍ଗିଗଲା ବୋହୂର ପିଠି ମେରୁଦଣ୍ଡ।
ଶାଶୂଘରେ ବୋହୂ ଉପରେ ଅତ୍ୟାଚାର। ମିଳିମିଶି ଶାଶୂଘର ଲୋକେ ବୋହୂକୁ ନିସ୍ତୁକ ମାଡ଼ ମାରିଲେ। ଆଉ ଶାଶୂଘର ଲୋକଙ୍କ ନିସ୍ତୁକ ମାଡ଼ରେ ଭାଙ୍ଗିଗଲା ବୋହୂର ମେରୁଦଣ୍ଡ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି।
ବସ୍ତା: ଶାଶୂଘରେ ବୋହୂ ଉପରେ ନିର୍ଧୁମ ମାଡ଼। ଆଉ ଏହି ମାଡ଼ ଏତେ ଭୟଙ୍କର ଥିଲା ଯେ, ଶେଷରେ ବୋହୂର ମେରୁଦଣ୍ଡ ଭାଙ୍ଗିଗଲା। କହିବାକୁ ଗଲେ ଶାଶୂଘର ଲୋକେ ବାହୂକୁ ମାଡ଼ ମାରି ପିଠିର ମେରୁଦଣ୍ଡ ଭାଙ୍ଗିଦେଲେ।
ହଁ ଆପଣମାନେ ତ ଏମିତିରେ ଅନେକ ଘଟଣା ଦେଖିଥିବେ ଆଉ ଶୁଣିଥିବେ, କି କିଛି ଟା ସ୍ଥାନରେ ଏବେବି ଶାଶୂଘରେ ବୋହୂ ଉପରେ ଅତ୍ୟାଚାର ହେଉଛି। କେଉଁଠି ଯୌତୁକ ନେଇ ତ ଆଉ କେଉଁଠି ଛୁଆ ପିଲାକୁ ନେଇ।
ଠିକ୍ ସେହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଆଉ ଏହି ଘଟଣାଟି ହେଉଛି ବସ୍ତା ଅଞ୍ଚଳର। ତେବେ ଏହି ପରିବାରରେ ବୋହୂ ଉପରେ କାହିଁକି ଏପରି ଅତ୍ୟାଚାର କରାଯାଇଛି? କାହିଁକି ବୋହୂକୁ ନିସ୍ତୁକ ମାଡ଼ ମରାଯାଇଛି ତାର ସମ୍ପୂର୍ଣ୍ଣ ଘଟଣା ଏବେଯାଏଁ ଜଣା ପଡିନାହିଁ।
ତେବେ ଶାଶୂଘର ଲୋକଙ୍କ ନିସ୍ତୁକ ମାଡରେ ବୋହୂର ପିଠି ମେରୁଦଣ୍ଡ ଭାଙ୍ଗି ଯାଇଥିବା ଅଭିଯୋଗ କରିଛନ୍ତି ଝିଅର ବାପା-ମା’। ଗୁରୁତର ଅବସ୍ଥାରେ ବାହୂକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଥାନାର ଦ୍ୱାରସ୍ଥ ହୋଇଛନ୍ତି ଝିଅର ବାପା-ମା’।