fbpx

ଟ୍ରକକୁ ପଛରୁ ପିଟିଲା କାର : ୪ ମୃତ

ଖୋର୍ଦ୍ଧା: ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ପ୍ରତ୍ୟେକ ଦିନ ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ କିଛି ଲୋକ ଗୁରୁତର ଆହତ ମଧ୍ୟ ହେଉଛନ୍ତି । ଏହି ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତିୁ । କିନ୍ତୁ ଏହା ଥମିବାର ନାଁ ନେଉନାହିଁ । ତେବେ ପୂର୍ବରୁ ଏହିପରି ଅନେକ ସଡକ ଦୁର୍ଘଟଣା ମାମଲା ନଜର ଆସିଥିବା ବେଳେ ବର୍ତ୍ତମାନ ସେହିଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଜଙ୍କିଆ ଥାନା ବଡପୋଖରିଆ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ଖବର ଅନୁଯାୟୀ, ଏନ୍ଏଚ୍-୧୬ରେ ଛିଡା ହୋଇଥିବା ଏକ ଟ୍ରକକୁ ଗୋଟିଏ କାର୍ ଧକ୍କା ଦେଇଛି । ଫଳରେ କାରରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ସେହି କାରରେ ୨ ଜଣ ପୁରୁଷ ଏବଂ ୨ ଜଣ ମହିଳାଥିବା ଜଣା ପଡିଛି ।

କାର୍ ଟି ଆନ୍ଧ୍ର ଆଡୁ ଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡପୋଖରିଆ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ତେବେ ଏହି କାର୍ ରେ ଥିବା ବ୍ୟକ୍ତିମାନଙ୍କ ପରିଚୟ ବର୍ତ୍ତମାନ ମିଳିପାରି ନଥିବା ବେଳେ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି । ଏଥିସହିତ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.