fbpx

ବଡ଼ ଖବର: ରିୟାଙ୍କ ନାମରେ ଏତଲା ଦେଲେ ସୁଶାନ୍ତ ରାଜପୁତଙ୍କ ବାପା

ବିହାର, ୨୮ା୭: ବଲିଉଡ଼ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଛି । କିନ୍ତୁ ଆଜି ମଧ୍ୟ ସମସ୍ତେ ସେ ଆତ୍ମହତ୍ୟା କରିଥିବା ନେଇ ବିଶ୍ୱାସ କରି ପାରୁନାହାନ୍ତି । ଏହାରି ମଧ୍ୟରେ ସୁଶାନ୍ତଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ବିହାରର ପାଟନାରେ ଅଭିଯୋଗ କରିଛନ୍ତି ତାଙ୍କ ବାପା । ସେ କହିଛନ୍ତି ରିୟା ଆତ୍ମହତ୍ୟା କରିବା ପାଇଁ ସୁଶାନ୍ତଙ୍କୁ ଉସକାଇଥିଲେ । ଅଭିଯୋଗ ପରେ ତଦନ୍ତ ପାଇଁ ମୁମ୍ବାଇରେ ପୋଲିସର ୪ଜଣିଆ ଟିମ୍ ପହଞ୍ଚିିଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.