fbpx

ବଜ୍ରପାତ ନେଲା ୫ ଜୀବନ

ଭୁବନେଶ୍ୱର, ୨୮ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସ୍ଥାନେ ସ୍ଥାନେ ବର୍ଷା ସହ ବଜ୍ରପାତ ହୋଇଥିଲା । ସେହି ବଜ୍ରଘାତରେ ଅକାଳରେ ୫ଜଣଙ୍କର ମୃତ୍ୟୁ ଘଟିଛି । ବଲାଙ୍ଗୀର ବଡ଼ ତେଲନପାଲିରେ ୩ଜଣଙ୍କର ଜୀବନ ଯାଇଛି । ସେହିପରି କୁଚିଣ୍ଡାର ଗୁରୁଣ୍ଡିଆ ଥାନା ରାମକିଣ୍ଡା ଗ୍ରାମରେ ୧୦ବର୍ଷର ବାଳକର ମୃତ୍ୟୁ ଘଟିଛି । ସେହି କୁଚିଣ୍ଡାର ମହୁଲପାଲୀ ଥାନା ଝାରମଳା ଗ୍ରାମର ୪୨ବର୍ଷୀୟ ଯୁବକଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.