fbpx

ଫିଲ୍ମ ଷ୍ଟାଇଲରେ କଣ୍ଟେନର ଟାଣିନେଲା କାରକୁ, ଭିଡ଼ିଓ ଦେଖିଲା ପରେ ବିଶ୍ୱାସ କରିପାରିବେନି

Advertisement

ଉତ୍ତରପ୍ରଦେଶ: ମେରଠରେ ଏକ କାରକୁ ୨ କିମି ପର୍ଯ୍ୟନ୍ତ କଣ୍ଟେନର ଘୋଷାଡି ନେଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । କାରରେ ବସିଥିବା ଲୋକ ଗାଡିରୁ ଡେଇଁକି ଜୀବନ ବଞ୍ଚାଇଛନ୍ତି । ଏହି ଦୁର୍ଘଟଣାରେ ଅନ୍ୟାନ୍ୟ ଗାଡିକୁ ମଧ୍ୟ ଏହା ପିଟିଛି କଣ୍ଟେନର । ପୋଲିସ ଏହି ଡ୍ରାଇଭରକୁ ନିଶା ଥିବା ଅବସ୍ଥାରେ ଗିରଫ କରିଛି ।

ଉତ୍ତରପ୍ରଦେଶର ମରେଠରେ ଏକ ଭୟାନକ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ କଣ୍ଟେନର ଜୋରରେ ଏକ କାରକୁ ଘୋଷାଡି ନେଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଗାଡ଼ିରେ ଅନେକ ଯାତ୍ରୀ ମଧ୍ୟ ବସିଥିଲେ । ସେମାନେ ସମସ୍ତେ କାରଟିରୁ ମନକୁ ମନ ଡ଼େଇଁ ନିଜ ଜୀବନକୁ ରକ୍ଷା କରିଛନ୍ତି ବୋଲି ସୂଚନା ମିଳିଛି । ସୌଭାଗ୍ୟ ବସତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନି ।

ସୂଚନା ଅନୁଯାୟୀ, କଣ୍ଟେନରର ଡ୍ରାଇଭରଟି ଦୃତଗତିରେ ଗାଡ଼ି ଚଳାଇ ରାସ୍ତାରେ ଯାଉଥିଲା । ଏହି ସମୟରେ ଏକ କାରଟିକୁ ଟାଣିନେଇଥିଲା । ପରେ କାରର ଡ୍ରାଇଭର ଗାଡ଼ି ରୋକିବାକୁ ଚେଷ୍ଟା କରିଥିଲେ ହେଲେ ସେ ଦେଖିଲେ ଯେ, କଣ୍ଟେନର ଡ୍ରାଇଭର ସଂପୂର୍ଣ୍ଣ ନିଶାପାନ କରି ଚଲାଉଛନ୍ତି । ତେଣୁ ସେମାନେ ଜଣ ଜଣ ହୋଇ କାରରୁ ଡିଆଁ ମାରି ଜୀବନ ବଞ୍ଚାଇ ଥିଲେ ।

ଘଟଣା ସ୍ଥଳରୁ ଜଣାପଡ଼ିଛି ଯେ, କଣ୍ଟେନରଟି କାରକୁ ୨ ରୁ ୩ କିମି ଦୃତଗତିରେ ଚଳାଇ ଘୋଷାଡି ନେଇଛି । ଏହାପରେ ସେ ଅନ୍ୟାନ୍ୟ ଯାନରେ ପିଟିହେବା ପରେ କଣ୍ଟେନରକୁ ରଖିଛନ୍ତି । ଏହି ସମୟରେ ପୋଲିସ କଣ୍ଟେନର ଡ୍ରାଇଭରକୁ ଗିରଫ କରି ଗାଡ଼ିକୁ ସିଜ କରିଛନ୍ତି ।

Get real time updates directly on you device, subscribe now.