fbpx

ସାରା ବିଶ୍ୱବାସୀଙ୍କୁ ଥରାଇ ଦେଇଛି ନାସାର ଗୋଟିଏ ମନ୍ତବ୍ୟ: ଧ୍ୱଂସ ପାଇବ କି ପୃଥିବୀ ?

Advertisement

ନୂଆଦିଲ୍ଲୀ: ଅନେକ ପ୍ରଶ୍ନ ନେଇ ଆସିଛି ନାସାର ଗୋଟିଏ ମନ୍ତବ୍ୟ । ପୃଥିବୀ ପ୍ରତି ଏକ ବଡ ବିପଦ ମାଡି ଆସୁଥିବା କହିଛି ନାସା । ଆଉ ଏହି ବିପଦର ନାଁ ବର୍ଣ୍ଣାଡନେଲି-ବର୍ଣ୍ଣଷ୍ଟେନ(ମ/୨୦୧୪ ଟଘ୨୭୧) । ଖୁବ ଦ୍ରୁତ ଗତିରେ ଏହି ବିଶାଳ ଧୂମକେତୁ ପୃଥିବୀ ପୃଷ୍ଠ ଆଡକୁ ମାଡି ଆସୁଛି । ୧୨୮ କିଲୋମିଟର ବ୍ୟାସ ବିଶିଷ୍ଟ ଏହି ଧୂମକେତୁ ୟୁ ଏସ୍ ର ରଡ ଆଇଲ୍ୟାଣ୍ଡ ଠାରୁ ବି ବଡ ବୋଲି ଅନୁମାନ କରାଯାଇଛି । କେବଳ ସେତିକି ନୁହେଁ, ଏହାର ନ୍ୟକ୍ଲିୟସ ଅନ୍ୟ ଧୂମକେତୁ ଅପେକ୍ଷା ପ୍ରାୟ ୫୦ ଗଣ ଅଧିକ ହୋଇପାରେ । ସବୁଠୁ ଅଧିକ ଭୟ ସୃଷ୍ଟି କରୁଛି, ଏହା ଖୁବ ଦ୍ରୁତ ଗତିରେ ପୃଥିବୀ ଆଡକୁ ମାଡି ଆସୁଥିବା ଦେଖିବାକୁ ମିଳିଛି । ହବଲ ସ୍ପେସ ଟେଲିସ୍କୋପ ଏହି ବିଶାଳ ଧୂମକେତୁକୁ ଚିହ୍ନଟ କରିଥିବା କହିଛି ନାସା ।

ଏହାକୁ ନେଇ ବୈଜ୍ଞାନିକ ମାନଙ୍କ ମତ ଭୟକୁ ଆହୁରି ଦୁଇ ଗୁଣିତ କରି ଦେଉଛି । ଯଦି ଏହି ଧୂମକେତୁ ପୃଥିବୀ ସହ ଧକ୍କା ହୁଏ । ତେବେ ଏହାର ପରିଣାମ କଣ ହେବ ଥରେ ଭାବି ଦେଖନ୍ତୁ । ହଁ, ପୃଥିବୀ ଧ୍ୱଂସ ହେବା ହିଁ ଏକମାତ୍ର ଫଳାଫଳ ହୋଇପାରେ । ଧୂମକେତୁର ଆକାର, ବେଗ ଏବଂ ଏହାର କମ୍ପୋଜିସନ । ଏହି ୩ଟି ଫ୍ୟାକ୍ଟରକୁ ନେଇ ନାସା ଦେଇଛି ଏହି ଭୟଙ୍କର ସଂକେତ । ପୃଥିବୀ ସହ ଧକ୍କା ହେଲେ ଏହା ମାତ୍ର କିଛି କ୍ଷଣରେ ପୃଥିବୀକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରି ଦେବାର କ୍ଷମତା ରଖିଛି ଏହି ବିଶାଳ ଧୂମକେତୁ ।

ତେବେ ଏହି ଧୂମକେତୁ ପୃଥିବୀର ଏକ ବିଲିୟନ ମାଇଲ ଦୂରରୁ ଅତିକ୍ରମ କରିବ ବୋଲି ଜଣାପଡିଛି । ଏହାବ୍ୟତୀତ ୨୦୩୧ ପୂର୍ବରୁ ପୃଥିବୀର ନିକଟତର ହୋଇ ପାରିବ ନାହିଁ ବୋଲି ନାସାର ମନ୍ତବ୍ୟ ବିଶ୍ୱବାସୀଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି । କିନ୍ତୁ ଏହାର ଗତିପଥ ବଦଳିଲେ ଏହାର ପରିଣାମ ଲୋକଙ୍କ ମନକୁ ବିଚଳିତ କରି ଦେଉଛି । ତେଣୁ ପୃଥିବୀ ସହିତ ଏହାର ଘର୍ଷଣ ନ ହେଲେ ବିଶ୍ୱ ପାଇଁ ଏହା ଆଶୀର୍ବାଦ ପାଲଟିବ ।

Get real time updates directly on you device, subscribe now.