fbpx

(Video) ଚଳନ୍ତା ଟ୍ରକରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାଲେଶ୍ୱର: ଚଳନ୍ତା ଟ୍ରକରେ ହଠାତ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ସମ୍ପୂର୍ଣ୍ଣ ଟ୍ରକ । ତେବେ ନିଆଁ ଲାଗିଥିବା ଏ ଭୟଙ୍କର ଦୃଶ୍ୟ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଗୁଡିଖାଳ ଛକର ବୋଲି ଜଣାପଡିଛି । ଟ୍ରକଟି ଏପରି ଭାବେ ଜଳୁଥିବାରୁ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକରେ ହଠାତ ନିଆଁ ଲାଗି ଯାଇଥିଲା । ତେବେ ଟ୍ରକରେ ନିଆଁ ଲାଗିବା ପରେ ଡ୍ରାଇଭର ଏବଂ ହେଲପର ଟ୍ରକ ଛାଡି ଦୌଡି ପଳାଇ ଯାଇଥିଲେ । ନିମିଷକ ମଧ୍ୟରେ ଟ୍ରକଟି ଜଳିପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଥିଲେ ମଧ୍ୟ ଟ୍ରକଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା । ଟ୍ରକରେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଡ୍ରାଇଭର ଏବଂ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Get real time updates directly on you device, subscribe now.