fbpx

Big Breaking: ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ଜଳିଗଲା ଶିଶୁ

ପଟ୍ଟାମୁଣ୍ଡାଇ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ଜଣେ ଶିଶୁ ଜୀବନ୍ତ ଜଳିଯିବା ଘଟଣା ସାମ୍ନାକୁ ଆସିଛି । ଏହି ନିଆଁ ଲାଗି ୫ ବର୍ଷର ଶିଶୁ ଜୀବନ୍ତ ଜଳିଯାଇଛି । ଏହି ନିଆଁରେ ଅନ୍ୟ ୨ଜଣ ଗୁରୁତର ଅଛନ୍ତି । ୨ବଖରା ଘର ସହ ସଜା ହୋଇଥିବା ଟେଣ୍ଟ ମଧ୍ୟ ଜଳିଯାଇଛି ।

ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳ ଥାନା ବଡ଼ପଦା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗାଡିରେ ପେଟ୍ରୋଲ ପକାଉଥିବା ବେଳେ ଏପରି ଅଘଟଣ ଘଟିଛି । ମୃତ ଶିଶୁଟି ବାହାଘର ପାଇଁ ବନ୍ଧୁ ଘରକୁ ଆସିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.