fbpx
BSKY SKY
BSKY SKY

ଅଭାବନୀୟ କାଣ୍ଡ! ସ୍କୁଲ ଭିତରେ ପଶି ଆଖିବୁଜା ଗୁଳି ଚଳାଇଲେ ପୂର୍ବତନ ଛାତ୍ର

BSKY

ଥ୍ରିସୁର: ଥ୍ରିସୁର ସହର ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ନାଇକାନାଲରେ ଅବସ୍ଥିତ ବିବେକୋଦୟମ ବଏଜ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଚାନକ ପଶି ଆସି ଜଣେ ଯୁବକ ଗୁଳିକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଗୁଳି ଚଳାଇଥିବା ଏହି ଯୁବକ ଜଣକ ହେଉଛି ଏହି ସ୍କୁଲର ପୂର୍ବତନ ଛାତ୍ର ମୁଲାୟମ ଅଞ୍ଚଳର ଜଗନ୍ । ସ୍କୁଲର କର୍ମକର୍ତ୍ତାମାନେ ଜଗନକୁ ଚିହ୍ନଟ କରିଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦.୧୫ ସମୟରେ ହଠାତ୍ ସ୍କୁଲ ପରିସର ଭିତରକୁ ପଶି ଆସି ଏଭଳି କାଣ୍ଡ ଘଟାଇଛି ଜଗନ୍ । ହାତରେ ବନ୍ଧୁକ ଧରି ସେ ଆଖିବୁଜା ଗୁଳିଚାଳନା କରିଥିଲା । ତେବେ ସ୍କୁଲର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ଜଗନକୁ ଅକ୍ତିଆର କରିବା ସହିତ ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଡ୍ରଗ୍ ନିଶାଶକ୍ତ ଜଗନ୍ ଅଚାନକ ସ୍କୁଲର ଅପିସ ରୁମ୍ ଭିତରକୁ ପଶି ଆସିଥିଲା । ଏହାପରେ ଏଠାରେ ଏକ ଚେୟାର ଟାଣି ଆଣି ନିଜର ପ୍ୟାଣ୍ଟ ପକେଟରୁ ଏକ ଏୟାର ଗନ୍ ବାହାର କରିଥିଲା ଜଗନ । ଏହାପରେ ଅଫିସ ରୁମ୍ ଭିତରେ ଥିବା ବିଦ୍ୟାଳୟର କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ଜଗନ୍ ଭୟଭୀତ କରାଇଥିଲା ।

ଏହାପରେ ଜଗନ୍ ଶ୍ରେଣୀଗୃହ ଭିତରକୁ ପଶି ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା । ତେବେ ସ୍କୁଲ ଅଧିକାରୀ ଏହାକୁ ରୋକିବା ପାଇଁ ଚେଷ୍ଟା କରିବାରୁ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ ଜଗନ୍ । କିନ୍ତୁ ସ୍କୁଲର କର୍ମକର୍ତ୍ତା ଏବଂ ସ୍ଥାନୀୟ ଲୋକେ ଜଗନକୁ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ଏହାପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଜଗନକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି ବିଦ୍ୟାଳୟର କର୍ମଚାରୀ ।

ତେବେ ବିଦ୍ୟାଳୟର ଜଣେ ଛାତ୍ରକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଜଗନ୍ ସ୍କୁଲକୁ ଆସିଥିବା ନେଇ ଜାଣିବାକୁ ମିଳିଛି । ତେବେ ବର୍ତ୍ତମାନ ଜଗନକୁ ଗିରଫ କରି ଥ୍ରିସୁର ଇଷ୍ଟ ପୋଲିସ ପଚରାଉଚରା ଆରମ୍ଭ କରିଛି । ଥ୍ରିସୁରର କ୍ରାଇମବ୍ରାଞ୍ଚ ଏସିପିଙ୍କ ସାମତ ଅନ୍ୟ ଅଧିକାରୀ ଜଗନକୁ ମାମଲା ସମ୍ପର୍କରେ ଜେରା କରୁଛନ୍ତି ।

Get real time updates directly on you device, subscribe now.