fbpx

ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ; ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ଵର: ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ । ଏୟାରଫୀଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗକାରୀ ବିରଞ୍ଚିନାରାୟଣ ବେହେରାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଗତ ତା ୦୮.୦୩.୨୦୨୩ ରିଖରେ ଅଭିଯୋଗକାରୀ ହୋଲି ଖେଳି ଘରକୁ ଫେରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ ଅଭିଯୁକ୍ତ ଚିତ୍ତ ଓରଫ ସରୋଜ କୁମାର ତ୍ରିପାଠୀ ଓ ସହଯୋଗୀମାନେ ମିଳିତ ଭାବରେ ଅଭିଯୋଗକାରୀଙ୍କୁ ଅଟକାଇବା ସହ ତାଙ୍କର ସାର୍ଟ ଟିକୁ ଚିରି ଦେଇ ତାଙ୍କୁ ଧକ୍କା ଦେଇଥିଲେ। ଅଭିଯୋଗକାରୀ ତଳେ ପଡିଯିବାରୁ ଘଟଣାସ୍ଥଳରୁ ତାଙ୍କର ସୁନା ଚେନ୍ ଟିକୁ ପାଇ ନଥିଲେ। ଏନେଇ ଅଭିଯୋଗକାରୀ ବିରୋଧ କରିବାରୁ ଅଭିଯୁକ୍ତ ମାନେ ମିଳିତ ଭାବରେ ଏକ ଲୁହା ରଡରେ ହତ୍ୟା କରିବା ଉଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ ଓ ଧମକ ଦେଇ ଘଟଣା ସ୍ଥଳରୁ ଚାଲି ଯାଇଥିଲେ ।

ଏଥିରେ ଅଭିଯୋଗକାରୀ ଗୁରୁତ୍ତର ହେବା ସହ ତାଙ୍କର ବାମ ହାତରେ ଗଭୀର ଆଘାତ ପାଇଥିଲେ। ଏହି ମାମଲାର ତଦନ୍ତ କରି ଏୟାରଫୀଲ୍ଡ ଥାନା ପୁଲିସ ଗତ ତା ୦୮.୦୩.୨୦୨୩ ରିଖରେ ଅଭିଯୁକ୍ତ ଚିତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ ଏୟାରଫୀଲ୍ଡ ଥାନା ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ସ୍ଥଳେ ଅପରାଧରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି ।

Get real time updates directly on you device, subscribe now.