• Likes
  • Followers
  • Subscribers
  • Followers
  • Android App
  • Saturday, July 5, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • କମିଶନରେଟ୍ ପୋଲିସ ପକ୍ଷରୁ ସତର୍କ ସୂଚନା: ଆପଣଙ୍କ ମୋବାଇଲକୁ ଆସୁଥିବା ନକଲି ଟ୍ରାଫିକ ଚାଲାଣ ମେସେଜ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁନି, ଆକାଉଣ୍ଟ ହ୍ୟାକ୍ ହୋଇଯିବ

କମିଶନରେଟ୍ ପୋଲିସ ପକ୍ଷରୁ ସତର୍କ ସୂଚନା: ଆପଣଙ୍କ ମୋବାଇଲକୁ ଆସୁଥିବା ନକଲି ଟ୍ରାଫିକ ଚାଲାଣ ମେସେଜ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁନି, ଆକାଉଣ୍ଟ ହ୍ୟାକ୍ ହୋଇଯିବ

By Manas Pradhan On Apr 19, 2024 at 11:33 PM
Commissionerate Police
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ଠକମାନେ ଠକାମିର ନୂଆ ନୂଆ ତରିକା ଆପଣାଉଛନ୍ତି । ନକଲି ଟ୍ରାଫିକ ଚାଲାଣ, ମିଛ ପୋଲିସ ଅଫିସର ଆଦି ତରିକା ଆପଣାଇ ସାଇବର ଫ୍ରଡମାନେ ଲୋକଙ୍କୁ ବୋକା ବନାଉଛନ୍ତି । ଅନେକ ଲୋକ ଜାଣତରେ ବି ଏଭଳି ଠକଙ୍କ ଜାଲରେ ପଡ଼ି ବର୍ବାଦ ହୋଇଥାନ୍ତି । ତେବେ ଲୋକଙ୍କର ମୋବାଇଲକୁ ନକଲି ଟ୍ରାଫିକ ଚାଲାଣ ମେସେଜ୍ ପଠାଇ ସାଇବର ଅପରାଧୀମାନେ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି ।

ଟ୍ରାଫିକ ଚାଲାଣ କଟିଥିବା ଭାବି ଲୋକମାନେ ଉକ୍ତ ଲିଙ୍କରେ କ୍ଲିକ୍ କରିବା କ୍ଷଣି ସେମାନଙ୍କର ଆକାଉଣ୍ଟ ହ୍ୟାକ୍ ହୋଇଯାଉଛି । ଏହି ଇ-ଚାଲାଣ ଠକେଇ ମାମଲା ଏବେ କିଛି ରାଜ୍ୟରେ ଦେଖିବାକୁ ମିଳିଥିବା ବେଳେ ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସାଇବର ଠକମାନେ ଗାଡ଼ି ଓଭର ସ୍ପିଡ୍ ପାଇଁ ଚାଲାଣ କଟିଛି କହି ଗାଡ଼ି ଚାଳକଙ୍କ ନିକଟକୁ ଲିଙ୍କ ପଠାଉଛନ୍ତି । ଉକ୍ତ ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଲୋକଙ୍କର ଆକାଉଣ୍ଟ ଖାଲି ହୋଇଯାଉଛି । ତେଣୁ ଠକମାନେ ପଠାଉଥିବା ଲିଙ୍କରେ କ୍ଲିକ୍ ନ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ନକଲି ପୋଲିସ ଅଫିସରର ପରିଚୟ ଦେଇ ଲୋକଙ୍କୁ ମିଥ୍ୟା ଅପରାଧରେ ଫସାଇ ଦେବା ଆଳରେ ମଧ୍ୟ ଠକମାନେ ଲୋକଙ୍କୁ ଟଙ୍କା ମାଗୁଛନ୍ତି । ପାର୍ଟ ଟାଇମ୍ ଜବ ନାମରେ ଠକୁଥିବା ସାଇବର ଅପରାଧୀଙ୍କ ରାକେଟ ଏବେ ରାଜ୍ୟରେ ସକ୍ରିୟ ଥିବା ଜଣାପଡ଼ିଛି । ଅପରାଧୀମାନେ ସାମାଜିକ ଗଣମାଧ୍ୟମରେ ସେମାନଙ୍କର ଫେକ୍ ୱେବସାଇଟର ପ୍ରମୋସନ କରାଉଛନ୍ତି । ନକଲି ଓ ଅସଲି ୱେବସାଇଟର ହୋମପେଜରେ ଫରକ୍ ରହୁଛି । ସାଧାରଣ ଲୋକେ ଏହାର ଲିଙ୍କକୁ ନ ଦେଖି ଅସଲି ଭାବି କ୍ଲିକ୍ କରୁଛନ୍ତି । ଗତ ୫ ବର୍ଷ ମଧ୍ୟରେ ୧୦ରୁ ଅଧିକ ୱେବସାଇଟକୁ କ୍ଲୋନିଂ କରାଯାଇ ଠକେଇ ଘଟଣା ସାମ୍ନାକୁ ଆସିଛି । ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ କ୍ରାଇମବ୍ରାଞ୍ଚ ସକ୍ଷମ ହୋଇପାରି ନାହିଁ ।

ଆହୁରି ପଢନ୍ତୁ

ୟୁରିକ ଏସିଡ୍ ବଢ଼ିବାର ପ୍ରଭାବ କେଉଁ ଅଙ୍ଗ…

ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର: ସରକାରଙ୍କ…

Cyber Scam Alert pic.twitter.com/LDdAQ3ZGpW

— COMMISSIONERATE POLICE (@cpbbsrctc) April 19, 2024

ସାବଧାନତା ହିଁ ଆପଣଙ୍କ ପରିଚୟ III#cybercopodisha #cybersafeodisha #OdishaPolice pic.twitter.com/udSCT5w56Q

— Cybercop Odisha (@cybercopodisha) April 19, 2024

Share

Prev Post

ସତ ହେଲାନି ୭ବର୍ଷର ପ୍ରେମ; ଦେଉଥିଲା ଶାରୀରିକ-ମାନସିକ ନିର୍ଯ୍ୟାତନା, ବାନ୍ଧିନେଲା ପୋଲିସ

Next Post

ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ; ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ

You might also like More from author
Featured

ୟୁରିକ ଏସିଡ୍ ବଢ଼ିବାର ପ୍ରଭାବ କେଉଁ ଅଙ୍ଗ ଉପରେ ଅଧିକ ପଡ଼େ? ସଠିକ ଖାଦ୍ୟପେୟ ଓ ଜୀବନଶୈଳୀ ଜରିଆରେ…

Breaking News

ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର: ସରକାରଙ୍କ ଗୋଟିଏ ନିଷ୍ପତ୍ତି ପରେ ଶସ୍ତା ହେଲା ଖାଦ୍ୟ ତେଲ

Breaking News

ଛାତି ଥରାଇ ଦେବ ଏହି Video ଉଡାଣ ଭରିବା ପୂର୍ବରୁ ବିମାନରେ ଲାଗିଲା ନିଆଁ ! ପ୍ରାଣ ବଞ୍ଚାଇବା ପାଇଁ…

ରଥ ଯାତ୍ରା

ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ, କାଲି ସୁନାବେଶରେ ଝଲସିବେ ମହାବାହୁ

Featured

ଏକ୍ସ-ବୟଫ୍ରେଣ୍ଡର BMW କାର୍ ଜାଳିଦେଲା ଯୁବତୀ, ଜାଣନ୍ତୁ କାରଣ

Breaking News

ନୀରଜ ଚୋପ୍ରା ଏନସି କ୍ଲାସିକ ୨୦୨୫ ଜିତିଲେ: ବେଙ୍ଗାଲୁରୁରେ ଭାରତୀୟ ଆଥଲେଟିକ୍ସର ଐତିହାସିକ ବିଜୟ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ୟୁରିକ ଏସିଡ୍ ବଢ଼ିବାର ପ୍ରଭାବ କେଉଁ ଅଙ୍ଗ…

ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର: ସରକାରଙ୍କ…

ଛାତି ଥରାଇ ଦେବ ଏହି Video ଉଡାଣ ଭରିବା…

ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ, କାଲି…

ଏକ୍ସ-ବୟଫ୍ରେଣ୍ଡର BMW କାର୍ ଜାଳିଦେଲା ଯୁବତୀ,…

ଦେଶରେ ବଢୁଛି ଗରିବଙ୍କ ସଂଖ୍ୟା, ଚିନ୍ତା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ୟୁରିକ ଏସିଡ୍ ବଢ଼ିବାର ପ୍ରଭାବ କେଉଁ ଅଙ୍ଗ…

ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର: ସରକାରଙ୍କ…

ଛାତି ଥରାଇ ଦେବ ଏହି Video ଉଡାଣ ଭରିବା…

ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ, କାଲି…

Prev Next 1 of 27,297
© 2025 - TK Digital All Rights Reserved.