fbpx

ସତ ହେଲାନି ୭ବର୍ଷର ପ୍ରେମ; ଦେଉଥିଲା ଶାରୀରିକ-ମାନସିକ ନିର୍ଯ୍ୟାତନା, ବାନ୍ଧିନେଲା ପୋଲିସ

ଭବନେଶ୍ଵର: (ଓଡ଼ିଶା ଭାସ୍କର) ନୟାପଲ୍ଲୀ ଥାନା ପୋଲିସ ଅଭିଯୋଗକାରିଣୀ ପ୍ରୋମିକାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଶଙ୍କର ଦଳେଇ (୨୬) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଅଭିଯୁକ୍ତ ଶଙ୍କରକୁ ଗତ ୭ ବର୍ଷ ହେବ ଭଲ ପାଇ ଆସୁଥିବା ବେଳେ ଗତ ୨ ବର୍ଷ ହେବ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଇଆସୁଥିଲେ। ଗତ ତା ୦୮.୦୨.୨୦୨୪ ରିଖ ରାତି ପ୍ରାୟ ୮ ଟାରେ ଅଭିଯୋଗକାରିଣୀ ମାର୍କେଟ କୁ ଯାଇଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସେଠାରେ ତାଙ୍କୁ ଅଟକାଇଗାଳି ଗୁଲଜ କରିବା ସହ ବଳପୂର୍ବକ ତାଙ୍କର ମୋବାଇଲ ଫୋନ ଛଡାଇ ନେଇଥିଲେ ।

ଅଭିଯୋଗକାରିଣୀ ତାଙ୍କର ମୋବାଇଲ ଫେରି ପାଇବା ପାଇଁ ଚେଷ୍ଟା କରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ । ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହେବ ପରେ ପୁଲିସ ତଦନ୍ତ କରି ଆଜି ଫରେଷ୍ଟ ପାର୍କ ନିକଟରୁ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହ ତାଙ୍କ ହେପାଜତରୁ ଚୋରୀ ମୋବାଇଲ ଫୋନ ଜବତ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତ ଶଙ୍କର ଦେଳେଇର ଘର ଜଗତସିଂବପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଆମ୍ବଶାଳା ଅଞ୍ଚଳର ଅଟେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ ।

Get real time updates directly on you device, subscribe now.