fbpx

ISL ଫୁଟବଲ ଟୁର୍ଣ୍ଣାମେଣ୍ଟ: ଓଡ଼ିଶା ଏଫସି ସେମିରେ ପହଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ଫୁଟବଲ ପ୍ରତିଯୋଗିତା ସେମିଫାଇନାଲରେ ପହଞ୍ଚିଛି ଓଡ଼ିଶା ଏଫସି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରତିପକ୍ଷ କେରଳ ବ୍ଲାଷ୍ଟର୍ସକୁ ୨-୧ ଗୋଲରେ ପରାସ୍ତ କରି ଓଡ଼ିଶା ଏଫସି ଏହି ସଫଳତା ହାସଲ କରିଛି । ଏହି ମ୍ୟାଚରେ ବିଜୟୀ ହେବା ଓଡ଼ିଶା ଏଫସି ପାଇଁ ସହଜସାଧ୍ୟ ନଥିଲା । ଏକ୍ସଟ୍ରା ଟାଇମରେ ଓଡ଼ିଶା ଏଫସି ଭଲ ପ୍ରଦର୍ଶନ କରିଥିଲା । ପୂର୍ବରୁ ଓଡ଼ିଶା ଏଫସି ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଓ କେରଳ ବ୍ଲାଷ୍ଟର୍ସ ୬ଷ୍ଠ ସ୍ଥାନରେ ରହି ପ୍ରଥମ ନକଆଉଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ସନ୍ଧ୍ୟା ୭.୩୦ରେ ଏହି ମୁକାବିଲା ଆରମ୍ଭ ହୋଇଥିଲା । ପୂର୍ବରୁ ଦୁଇ ଦଳ ପରସ୍ପର ସହ ୨୨ ଥର ମୁହାଁମୁହିଁ ହୋଇଥିବା ବେଳେ ଓଡ଼ିଶା ଏଫସି ୬ ଥର ଜିତିଥିଲା ।

Get real time updates directly on you device, subscribe now.