fbpx

ଫାୟାରିଂ ପରେ ପୁଣି ଏକ ବଡ଼ ଅଘଟଣ: ଗ୍ୟାଙ୍ଗଷ୍ଟର ଲରେନ୍ସ ନାମରେ ବୁକ୍ ହୋଇଥିବା ଏକ କ୍ୟାବ୍ ସଲମାନଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଲା

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୬ ରାଉଣ୍ଡ ଫାୟାରି କରାଯାଇଥିଲା । ହେଲମେଟ୍ ପିନ୍ଧିଥିବା ଶୁଟର୍ସ ସଲମାନଙ୍କ ଘର ଆଗରେ ଗୁଳିମାଡ଼ କରିଥିଲେ । ଉକ୍ତ ଘଟଣାରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେନେଇ ନୂଆ ନୂଆ ଗୁମର ଖୋଲୁଛି । ତେବେ ଏହା ମଧ୍ୟରେ ଆଜି ପୁଣି ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ନାମରେ ବୁକ୍ ହୋଇଥିବା ଏକ କ୍ୟାବ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ହଡ଼କମ୍ପ ସୃଷ୍ଟି ହୋଇଛି ।

ସୁପରଷ୍ଟାର ସଲମାନଙ୍କ ଘରେ ଫାୟାରରିଂ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ଏହା ମଧ୍ୟରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ନାମରେ ବୁକ୍ ହୋଇଥିବା ଏକ କ୍ୟାବ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଥିଲା । ଏହି ଘଟଣାକୁ ନେଇ ହଡ଼କମ୍ପ ମଚି ଯାଇଥିଲା । ଏ ବାବଦରେ ସୂଚନା ମିଳିବା ମାତ୍ରକେ ସେଠାକାର ୱାଚମ୍ୟାନ ସଙ୍ଗେସଙ୍ଗେ ପୋଲିସକୁ ଏ ବାବଦରେ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ କ୍ୟାବ ଚାଳକକୁ ନିଜ ହେପାଜତକୁ ନେଇଥିଲା ଓ ବୁକିଂ କରିଥିବା ଯୁବକଙ୍କୁ ୟୁପିରୁ ଗିରଫ କରିଥିଲା ।

Get real time updates directly on you device, subscribe now.