fbpx

‘ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୁନ ୧୫ ପର୍ଯ୍ୟନ୍ତ ସ୍କୁଲ ଛୁଟି’: ଏଭଳି ମିଥ୍ୟା ଖବରକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଜାରି କଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୪ ଡିଗ୍ରୀ ଛୁଇଁଥିବା ବେଳେ ୪୪.୩ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତର ସହର ହୋଇଛି । ରାଜ୍ୟର ୩୨ଟି ସହରରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୧୦ଟି ସହରର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ତେବେ ଏହା ମଧ୍ୟରେ ଗ୍ରୀଷ୍ମ ପ୍ରବାହ କାରଣରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ନେଇ ଏନେଇ ଏକ ଖବର ସାମ୍ନାକୁ ଆସିଛି । ଏହି ଖବରଟି ମିଥ୍ୟା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଏଭଳି ମିଥ୍ୟା ତଥ୍ୟ ପ୍ରଚାର କରି ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ‘ସଂପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଜୁନ୍ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ହେତୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ କାର୍ଯ୍ୟାଳୟରେ ଉପସ୍ଥିତି ରହିବେ’ ବୋଲି ଏକ ଖବର ସୋସିଆଲ ମିଡ଼ିଆରେ ପ୍ରସାରିତ ହୋଇଥିଲା ।

Get real time updates directly on you device, subscribe now.