fbpx

ମତଦାନର ପ୍ରଥମ ଦିନରେ ବଡ଼ ଅଘଟଣ: ନିର୍ବାଚନ ପ୍ରଚାର ବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନେ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ଆଜି ମତଦାନର ପ୍ରଥମ ଦିନରେ ଘଟିଯାଇଛି ଏକ ବଡ଼ ଅଘଟଣ । ନିର୍ବାଚନ ପ୍ରଚାର ସମୟରେ ଜଣେ କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ଘଟିଛି । ହିଟ୍ ଆଣ୍ଡ ରନ୍ ଘଟଣାରେ କର୍ଣ୍ଣାଟକରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ପ୍ରାଣ ହରାଇଛନ୍ତି । ଏହି ମାମଲାରେ ୩ ଜଣଙ୍କ ବିରୋଧରେ ମାମଲା ଦାୟର ହେବା ସହିତ ଜଣଙ୍କୁ ଗିରଫ କରାଯାଇଛି । କୋଡାଗୁ ଜିଲ୍ଲାରେ ନିର୍ବାଚନୀ ପ୍ରଚାର ସମୟରେ ଏହି ଅଘଟଣ ଘଟିଥିଲା । ଏହି ଘଟଣା ପରେ ବିଜେପି ସମର୍ଥକମାନେ ରାସ୍ତା ଅବରୋଧ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପୂର୍ବରୁ ଗତ ୮ ତାରିଖରେ ଏକ କାର ଧକ୍କାରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.