fbpx

ଏ ଗ୍ରେଡ଼ ଅଫିସର ଅଫିସ୍ ଆସିବେ, ରାଜସ୍ୱ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ

Advertisement

ଭୁବନେଶ୍ୱର, ୧୯ା୪(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏନେଇ ପ୍ରାୟ ସମସ୍ତ କାର୍ଯ୍ୟାଳୟ ପ୍ରାୟ ବନ୍ଦ ଥିଲା । କିନ୍ତୁ ଆଜି ରାଜସ୍ୱ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ବିଭାଗରେ କାର୍ଯ୍ୟରତ ଥିବା ଏ ଗ୍ରେଡ଼ ଅଫିସର କାର୍ଯ୍ୟାଳୟ ଆସିବେ । ବୋର୍ଡ଼ ଅଫ୍ ରେଭିନ୍ୟୁ ଓ ସବ୍ରେଜିଷ୍ଟରର ଅଫିସ୍ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କରୋନା ରୋଗୀ ଜିହ୍ନଟ ହୋଇଥିବା ଜିଲ୍ଲାରେ ୩୩% କର୍ମଚାରୀ ଅଫିସ୍ ଆସିବେ । ସେହିପରି ବି, ସି, ଡ଼ି ଗ୍ରୁପର ୩୩% କର୍ମଚାରୀ ଅଫିସ୍ ଆସିବେ । ଅନ୍ୟ ସବୁ ଜିଲ୍ଲା ଅର୍ଥାର କରୋନା ଚିହ୍ନଟ ହୋଇନଥିବା ଜିଲ୍ଳାରେ ସମସ୍ତ କର୍ମଚାରୀ ଅଫିସ୍ ଆସିବେ । ଆରଡ଼ିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ୍ ଅଫିସ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ।
୨୦ଏପ୍ରିଲରୁ ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବରେଜିଷ୍ଟର ଅଫିସରୁ କାମ କରିବେ ଷ୍ଟାମ୍ପ ଭେଣ୍ଡର । ବାଲି ଘାଟ, କ୍ରସର ୟୁନିଟ୍ ଓ ପଥର ଖଣିରେ ୨୦ଏପ୍ରିଲରୁ ନିର୍ମାଣ କାମ ଚାଲିବ । ବିଭାଗର ସମସ୍ତ କର୍ମଚାରୀ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.