fbpx

ବାଲେଶ୍ୱରେ ପ୍ରଥମ କରେନା ରୋଗୀ ଚିହ୍ନଟ ପ୍ରସଙ୍ଗ, ନିଳିଆବାଗ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

Advertisement

ବାଲେଶ୍ୱର, ୧୯ା୪(ଓଡ଼ିଶା ଭାସ୍କର): ଗତକାଲି ବାଲେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସେଠାରେ ଥିବା ନିଳିଆବାଗ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି । ନିଳିଆବାଗରେ ୮ଟି ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଆଇନଶୃଙ୍ଖଳତା ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ପ୍ରତି ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା ହେବ । ୬୦ଜଣ ଏଏନଏମ, ଆଶା କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ପରୀକ୍ଷା କରିବେ । ୧୨ଟି ଟିମରେ ୫୦୦ ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାସହ ସେଠାରେ ସିଲ୍ ହୋଇଥିବାରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯିବ ।

Get real time updates directly on you device, subscribe now.