fbpx

News across the Earth, news close to your heart, Read Odisha Bhaskar English

୧ କୁଇଣ୍ଟାଲ ଗଞ୍ଜେଇ ଗଛ ଖାଇ ନିଶାରେ ଅଜବ ଆଚରଣ କଲେ ମେଣ୍ଢାପଲ

ଓଡ଼ିଶା ଭାସ୍କର: ଗ୍ରୀସ୍‌ର ଥେସଲି ଅନ୍ତର୍ଗତ ଅଲ୍‌ମିରୋସ୍‌ ନଗରୀରୁ ଆସିଛି ଏକ ଅଜବ ଖବର। ଏହି ଅଞ୍ଚଳରେ ଥିବା ଏକ ‘ଗ୍ରିନ୍‌ ହାଉସ୍‌’ ଭିତରେ ଲଗାଯାଇଥିବା ପ୍ରାୟ ଏକ କୁଇଣ୍ଟାଲ ଓଜନର ଗଞ୍ଜେଇ ଗଛ ମେଣ୍ଢାପଲ ଖାଇଯାଇଛନ୍ତି । ମେଣ୍ଢାପଲ ଗଞ୍ଜେଇ ଗଛ ଖାଇଥିବା କଥା ‘ନିଉଜ୍‌ଉଇକ୍‌’ ଏକ ରିପୋର୍ଟ ପ୍ରକାଶ କରିଛି । ଗ୍ରୀସ୍‌, ଲିବ୍ୟା, ତୁର୍କୀ ଓ ବୁଲ୍‌ଗେରିଆ ଉପର ଦେଇ ସାମୁଦ୍ରିକ ବାତ୍ୟା ଡାନିଏଲ୍ ପ୍ରବାହିତ ହୋଇଥିଲା । ପରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଉକ୍ତ ମେଣ୍ଢାପଲ ସେ ‘ଗ୍ରିନ୍‌ ହାଉସ୍‌’ ନିକଟରେ ଆଶ୍ରୟ ନେଇଥିଲେ। ଅଧିକ ଭୋକ ସମ୍ଭାଳି ନପାରି ‌‘ଗ୍ରିନ୍‌ ହାଉସ୍‌’ ଭିତରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ନିମନ୍ତେ ଚାଷ କରାଯାଇଥିବା ଉକ୍ତ ଗଞ୍ଜେଇଗଛ ସବୁ ଚୋବାଇ ଖାଇ ଦେଇଥିଲେ ମେଣ୍ଢାପଲ।

ପ୍ରଥମେ ଏକଥା ଜାଣି ନଥିଲେ ମେଣ୍ଢାପଲ ମାଲିକ ୟାନ୍ନିସ୍‌ ବୋର୍ଣ୍ଣିସ୍‌ । ପରେ ମେଣ୍ଢାମାନଙ୍କର ଅଜବ ଆଚରଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମାଲିକ । ମେଣ୍ଢାମାନେ ଛେଳିମାନଙ୍କଠାରୁ ଅଧିକ ଉଚ୍ଚକୁ ଡେଉଁଥିଲେ, ଆଗରୁ କେବେ ମେଣ୍ଢାମାନଙ୍କ ଏଭଳି ଆଚରଣ ଦେଖାଯାଇ ନାହିଁ ବୋଲି ସେ ଏକ ସ୍ଥାନୀୟ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି। ଏନେଇ ‘ଗ୍ରିନ୍‌ ହାଉସ୍‌’ର ମାଲିକ ଗଣମାଧ୍ୟମକୁ କହିଛନ୍ତି, ଏଥିରେ ହସିବି ନା, କାନ୍ଦିବି ଜାଣି ପାରୁନାହିଁ। ଗ୍ରୀଷ୍ମ ପ୍ରବାହ ହେବାରୁ ଆମର ବହୁତ ଗଞ୍ଜେଇଗଛ ମରିଯାଇଥିଲା। ପରେ ପରେ ବନ୍ୟା ଆସିବାରୁ ଆହୁରି କିଛି ଗଛ ନଷ୍ଟ ହୋଇଗଲା। ଆଉ ଯାହା କିଛି ବଞ୍ଚିଥିଲା ମେଣ୍ଢାପଲ ପଶି ଖାଇଗଲେ।

Get real time updates directly on you device, subscribe now.