fbpx

(Video) ନିୟନ୍ତ୍ରଣ ହରାଇ ବାଇକକୁ ଜୋରଦାର୍ ଧକ୍କା ଦେଲା କାର୍, ହେଲେ ବି ଡେଇଁପଡ଼ି ଠିଆହୋଇଗଲା ଡ୍ରାଇଭର

ନୂଆଦିଲ୍ଲୀ: ୟୁପୀର ସମ୍ଭଲରେ ଘଟିଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ଏକ ଅନିୟନ୍ତ୍ରିତ କାର ଆଗରୁ ଆସୁଥିବା ବାଇକକୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ବାଇକଟି ଚୂରମାର ହୋଇଗଲା । ଏପରି ଲାଗିଲା, ଯେପରି ବାଇକ ଚାଳକ କାର୍ ତଳେ ଆସି ଦୁର୍ଘଟଣାର ଶିକାର ହୋଇଥିଲେ । କିନ୍ତୁ ସେ ଅଚାନକ୍ ଉଠିପଡ଼ି ଠିଆ ହୋଇପଡ଼ିଥିଲେ ।

ତହସିଲ ଚନ୍ଦୌସୀର ବାନିୟଥର ଗାଁର ବାସିନ୍ଦା ସୋନୁ ଶୁକ୍ରବାର ଦିନ ପ୍ରାୟ ୯.୨୦ ସମୟରେ ବାଇକରେ ଚନ୍ଦୌସୀରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସୁଥିଲେ । ସହରର ଏଫଆର ରୋଡରେ ପହଞ୍ଚିଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା ।

ଜୋରରେ ଧକ୍କା ହେବା ଫଳରେ ବାଇକଟି ଚୂନା ହୋଇଯାଇଥିଲା । କାରଟି ଯୁବକଙ୍କୁ ବାଇକ୍ ସହିତ ଟାଣି ନେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଚାରିପାଖରେ ଉପସ୍ଥିତ ଲୋକେ ମଧ୍ୟ ଚିତ୍କାର କରିବାକୁ ଲାଗିଥିଲେ । ଲୋକମାନେ ଦୌଡ଼ିଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ବାଇକ୍ ଚଳାଉଥିବା ଯୁବକମାନେ ହଠାତ୍ ଡେଇଁପଡି ଠିଆ ହୋଇଥିଲେ । ତାଙ୍କୁ ଛୋଟ ଆଘାତ ଲାଗିଥିବା ସୂଚନା ମିଳିଛି ।

ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା । କିଛି ସମୟ ମଧ୍ୟରେ ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଲା । ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଟି ବାଇକକୁ ଧକ୍କା ଦେବା ମାତ୍ରେ ଚାଳକ ବୋନେଟ ଉପରକୁ ଚାଲିଯାଇଥିଲେ । କିନ୍ତୁ ଦୁର୍ଘଟଣା ପରେ ବି କାରଟି ଅଟକି ନଥିଲା । ଫିଲ୍ମ ଦୃଶ୍ୟ ପରି ଦେଖାଯାଉଥିବା ଏହି ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.