fbpx

ଗଞ୍ଜେଇ ରେଡ୍ ବେଳେ ଧରା ପଡିଲା ବିପୁଳ ରୂପା ଇଟା, ୧୪ଲକ୍ଷ ଟଙ୍କା ମଧ୍ୟ ଜବତ

ଟାଙ୍ଗୀ: ଗଞ୍ଜେଇ ରେଡ୍ ବେଳେ ଧରା ପଡିଲା ବିପୁଳ ପରିମାଣର ରୂପା ଇଟା । ଟାଙ୍ଗି ଟୋଲ୍ ଗେଟ୍‌ରେ ଯାଞ୍ଚ ବେଳେ ଧରିଲେ ଅବକାରୀ ବିଭାଗ ସ୍ପେସାଲ୍ ସ୍କ୍ୱାଡ୍ । ୧ କୁଇଣ୍ଟାଲ ରୂପା ଇଟା ସହ ଚାନ୍ଦି ଅଳଙ୍କାର ମଧ୍ୟ ଧରା ପଡିଥିବା ସୂଚନା ରହିଛି । ସେହିପରି ଗାଡ଼ିରୁ ୧୪ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗ ନମ୍ବର ଥିବା କାର୍‌କୁ ଅଟକ ରଖାଯାଇଛି । ଆସିକାରୁ ଖଡ଼ଗପୁର ଚାଲାଣ ହେଉଥିବା ସୂଚନା, ପୋଲିସ ବର୍ତ୍ତମାନ ଦୁଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଘଟଣା ସ୍ଥଳକୁ ଜିଏସ୍‌ଟି ଅଧିକାରୀଙ୍କୁ ମଧ୍ୟ ଡକାଯାଇଛି । ସମୋନେ ପହଞ୍ଚିଲା ପରେ ତଦନ୍ତ ଆଗକୁ ବଢିବ ।

ଏଥିରେ ସୁନା ମଧ୍ୟ ଥାଇପାରେ ବୋଲି ଜିଏସ୍‌ଟି ଅଧିକାରୀ କହିଛନ୍ତି । ତେବେ ଯାଞ୍ଚପରେ ସବୁକଥା ସ୍ପଷ୍ଟ ହେବ । ଅଟକ ଥିବା ଦୁଇ ଜଣ କହିଛନ୍ତି ଯେ, ସେମାନେ ଏହି ବିଷୟରେ କିଛି ଜାଣି ନାହାନ୍ତି । ସେମାନଙ୍କୁ କେବଳ ଗାଡ଼ିରେ ଯିବା ପାଇଁ ଟଙ୍କା ମିଳୁଥିଲା । ଗାଡ଼ିରେ ଯିବା ପୁର୍ବରୁ ଏକ ହଜାରେ ଏବଂ ପହଞ୍ଚିବା ପରେ ୩ ହଜାର ଟଙ୍କା ମିଳୁଥିଲା । ତେବେ ଏହାର ପ୍ରକୃତ ମାଷ୍ଟର ମାଇଣ୍ଡ ବା ମାଲିକ କିଏ ଓ ଗାଡ଼ିରେ ଏକ ସିକ୍ରେଟ୍ ଚାମ୍ବର ଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଛି ।

କେଉଁ ପରିସ୍ଥିରେ ଏତେ ମାତ୍ରାରେ ରୂପା ଇଟା ଚାଲାଣ ହେଉଥିଲା । ଏହା ଜିଏସ୍‌ଟି ଫାଙ୍କିବା ପାଇଁ ହେଉ ନଥିଲା କି? ଏସବୁ ଦିଗକୁ ନଜରରେ ରଖି ଯାଞ୍ଚ କରାଯିବ । ଟାଙ୍ଗୀ ଟୋଲ୍ ଗେଟ୍‌ରୁ ଧରା ପଡିଥିବାରୁ ସ୍ଥାନୀୟ ପୋଲିସକୁ ମଧ୍ୟ ଏବିଷୟରେ ସୂଚନା ଦିଆଯାଇଛି । ଆବଶ୍ୟକସ୍ଥଳେ ପୋଲିସର ସାହାଯ୍ୟ ନିଆଯାଇପାରେ । ଏହି ଘଟଣାରେ ଟାଙ୍ଗୀ ପୋଲିସ ମଧ୍ୟ ମାମଲା ରୁଜୁ କରିପାରେ । ତେଣୁ ଯାଞ୍ଚ ପରେ ଘଟଣା ବିଷୟରେ ଅଧିକ ସୂଚନା ମିଳିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.