fbpx

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୪ରୁ ୩୦ ମଧ୍ୟରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୧୭ରେ ସଭାପତି ପାଇଁ ନିର୍ବାଚନ ହେବ । ଅକ୍ଟୋବର ୧୯ରେ ରେଜଲ୍ଟ ପ୍ରକାଶ ପାଇବ । ତେବେ ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗିରହିଛି ।

ବିଜ୍ଞପ୍ତି ଅନୁସାରେ, ୨୪ରୁ ସେପ୍ଟେମ୍ବର ୩୦ ସୁଦ୍ଧା (ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା) ପ୍ରାର୍ଥୀପତ୍ର ଦାଖଲ ଏବଂ ଅକ୍ଟୋବର ୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ସନ୍ଧ୍ୟା ବେଳକୁ କାଏମ୍ ଥିବା ପ୍ରାର୍ଥୀପତ୍ରର ତାଲିକା ପ୍ରକାଶ କରାଯିବ ।

ସେହିପରି, ପ୍ରାର୍ଥୀପତ୍ର ପ୍ରତ୍ୟାହାର ନିମନ୍ତେ ଅକ୍ଟୋବର ୮ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି । ପ୍ରତ୍ୟାହାର ସମୟ ଶେଷ ହେବା ପରେ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଯଦି ଆବଶ୍ୟକ ପଡ଼େ, ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସମସ୍ତ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଭୋଟ୍ ଗ୍ରହଣ କରାଯିବ । ଅକ୍ଟୋବର ୧୯ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ‘ଏଆଇସିସି’ ମୁଖ୍ୟାଳୟରେ ଭୋଟ୍ ଗଣନା ଆରମ୍ଭ ହୋଇ ଶେଷ ହେବା ପରେ ପରେ ବିଜୟୀଙ୍କ ନାମ ଘୋଷଣା କରାଯିବ ।

Get real time updates directly on you device, subscribe now.