fbpx
BJD
BJD SKY
BJD SKY

ଧ୍ୱଂସ ପାଇବ ପୃଥିବୀ! ୨୫ ହଜାର କି.ମି ବେଗରେ ମାଡି ଆସୁଛି ବିଶାଳ ଆଷ୍ଟ୍ରଏଡ

BJD

ନୂଆଦିଲ୍ଲୀ: ପୃଥିବୀ ଆଡକୁ ମୁହାଁଇଛି ଏକ ବିଶାଳ ଆକାରର ଆଷ୍ଟଏଡ । ଖୁବ କମ୍ ଦିନ ମଧ୍ୟରେ ଏହା ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଚେତାବନୀ ଜାରି କରି ସାରିଲେଣି ବେଜ୍ଞାନିକ । ପୃଥିବୀ ଆଡକୁ ଆସୁଥିବା ଏହି ଆଷ୍ଟ୍ରଏଡ ଘଣ୍ଟାପ୍ରତି ୨୫ ହଜାର କି.ମି ବେଗରେ ଗତି କରୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଚଳିତମାସ ଶେଷ ଆଡକୁ ଏହା ପୃଥିବୀର ନିକଟତର ହେବ ବୋଲି ଜଣାଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ପୃଥିବୀ ଆଡକୁ ମାଡି ଆସୁଥିବା ଏହି ଆଷ୍ଟ୍ରଏଡକୁ ବୈଜ୍ଞାନିକମାନେ ୨୦୨୩ସିଏଲ-୩ ନାମ ଦେଇଛନ୍ତି । ନାସାର ସୂଚନା ଅନୁଯାୟୀ, ଏହି ଆଷ୍ଟ୍ରଏଡ ପ୍ରାୟ ୬୫୬ ଫୁଟ ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ତେବେ ଚଳିତମାସ ଶେଷ ସୁଦ୍ଧା ପୃଥିବୀର ଖୁବ ନିକଟ ଦେଇ ଗତି କରିବ । ଏହି ଆଷ୍ଟ୍ରଏଡକୁ ନାସା ‘ନିୟର ଆର୍ଥ ଅବଜେକ୍ଟ’ ତାଲିକାରେ ସାମିଲ କରିଥିବା ବେଳେ ଏହାର ନିୟମିତ ପର୍ଯ୍ୟବେକ୍ଷଣ କରାଯାଉଛି । ଏହାବ୍ୟତୀତ ଏହା ବିପଦଜନକ ବୋଲି ମଧ୍ୟ ଚେତାବନୀ ଦେଇଛି ନାସା । କିନ୍ତୁ ଭବିଷ୍ୟତରେ ଏହାକୁ ନେଇ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଘଣ୍ଟା ପ୍ରତି ପ୍ରାୟ ୨୫ ହଜାର କି.ମି ବେଗରେ ପୃଥିବୀ ଆଡକୁ ମୁହାଁଇଥିବା ଏହି ଆଷ୍ଟ୍ରଏଡ ମେ ୨୪ ତାରିଖରେ ପୃଥିବୀର ଖୁବ ନିକଟରେ ଅତିକ୍ରମ କରିବ । ଏହି ସମୟରେ ପୃଥିବୀଠାରୁ ଏହାର ଦୂରତା ପ୍ରାୟ ୭୨ ଲକ୍ଷ କି.ମି ରହିବ ବୋଲି ଆକଳନ କରାଯାଇଛି । ଏବେ ପର୍ଯ୍ୟନ୍ତ ପୃଥିବୀ ସହ ଏହାର ଧକ୍କା ହେବାର ସମ୍ଭାବନା ଦେଖା ଯାଉ ନାହିଁ । କିନ୍ତୁ ମହାକାଶରେ ଏହାର ଗତିପଥ ବଦଳିଲେ ପୃଥିବୀ ପାଇଁ ବିପଦଜନକ ହୋଇପାରେ ବୋଲି କୁହାଯାଇଛି ।

Get real time updates directly on you device, subscribe now.