fbpx
BJD
BJD SKY
BJD SKY

ହ୍ୱାଟସ୍ ଆପ୍ ଉପରେ ଆଉ ବିଶ୍ୱାସ କରିହେବ ନାହିଁ: ଏଲନ ମସ୍କ

BJD

ନୂଆଦିଲ୍ଲୀ: ବିଲିୟନେୟାର ଟ୍ୱିଟର ମାଲିକ ଏଲନ ମସ୍କ ଦାବି କରିଛନ୍ତି ଯେ, ହ୍ୱାଟସ୍ ଆପ୍ ଉପରେ ଆଉ ବିଶ୍ୱାସ କରାଯାଇପାରିବ ନାହିଁ। ଏକ ଟ୍ୱିଟରେ ଏଲନ୍ ମସ୍କ ଏହି ଦାବି କରିଛନ୍ତି। ପ୍ରକୃତରେ ଜଣେ ୟୁଜର୍ସଙ୍କ ଫୋନରେ ତାଙ୍କ ଅନୁମତି ବିନା ହ୍ୱାଟସ୍ ଆପ୍ ମାଇକ୍ରୋଫୋନ୍ ବ୍ୟବହାର କରୁଥିବା ସେ ଜାଣିବାକୁ ପାଇଥିଲେ। ସେ ଏହି କଥା ଟ୍ୱିଟରରେ ସେୟାର କରିବା ପରେ ୟୁଜର୍ସ ଜଣଙ୍କୁ ଟ୍ୱିଟର ମୁଖ୍ୟ ଏହି ଉତ୍ତର ଦେଉଛନ୍ତି।

ୟୁଜର୍ସ ଜଣକ ଲେଖିଛନ୍ତି, ହ୍ୱାଟସ୍ ଆପ୍ ବ୍ୟାକଗ୍ରାଉଣ୍ଡରେ ମାଇକ୍ରୋଫୋନ୍ ବ୍ୟବହାର କରୁଛି। ମୁଁ ଶୋଇଥିଲି ଏବଂ ମୁଁ ସକାଳ ୬ ଟାରେ ଉଠିଥିଲି ଦେଖିଲି ଯେ ହ୍ୱାଟସ୍ ଆପ୍ ମୋର ବିନା ଅନୁମତିରେ ମାଇକ୍ରୋଫୋନ୍ ବ୍ୟବହାର କରୁଥିବା ଦେଖିଥିଲି(ଏହି ଟୁଇଟ ସହ ବ୍ୟକ୍ତି ଜଣକ ତାଙ୍କର ଟାଇମଲାଇନରସେୟାର କରିଛନ୍ତି) ଆଉ ମୁ ଆଶ୍ଚରାଜ୍ୟ ହୋଇଯାଇଥିଲି କି କ’ଣ ଚାଲିଛି?

ଏହି ଟୁଇଟ ଉପରେ ଏଲନ ମସ୍କ କୋଟ୍ ଟୁଇଟ୍ କରି ଉତ୍ତର ଦେଇ କହିଛନ୍ତି ଯେ ହ୍ୱାଟସ୍ ଆପ୍ ଉପରେ ଆଉ ବିଶ୍ୱାସ କରାଯାଇପାରିବ ନାହିଁ। ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଅନେକ ଲୋକେ ଜାଣି ନାହାଁନ୍ତି ଯେ ହ୍ୱାଟସ୍ ଆପ୍ ମେଟା / ଫେସବୁକ୍ ମାଲିକାନା ଅଟେ। ଏହାପରେ ପୁଣି ଏଲନ ମସ୍କ ଜବ ରଖିଥିଲେ।

 

Get real time updates directly on you device, subscribe now.