fbpx

ମହାନଦୀର ବନ୍ୟାପାଣିରେ ନଜର ଆସିଲା ବିଶାଳ କୁମ୍ଭୀର: ଲୋକେ ଛାନିଆ

କଟକ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏସବୁ ଭିତରେ ହୀରାକୁଦର ଉପରମୁଣ୍ଡରେ ଓ ତଳମୁଣ୍ଡରେ ବର୍ଷା ଜାରି ରହିଛି । ହୀରାକୁଦ ଡ୍ୟାମରୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବାବେଳେ ୫ ଲକ୍ଷ ୬୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦର ୩୪ଟି ଗେଟ୍ ଖୋଲା ରହିଛି ।

ରାୟଗଡ଼ାର କାଶୀନଗର ନିକଟରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ହୀରାକୁଦ ଡ୍ୟାମର ୩୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଯା’ଫଳରେ ମହାନଦୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗର ଜଳସ୍ତର ଧୀରେ ଧୀରେ ବଢ଼ୁଥିବାବେଳେ ଜଳକା ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ 0ହେଉଛି ।

ଅନ୍ୟପକ୍ଷରେ ମହାନଦୀର ବନ୍ୟାପାଣିରେ ଏକ ବିଶାଳ କୁମ୍ଭୀର ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରାମଗଡ଼ ନିକଟରେ ମହାନଦୀରେ ଲୋକେ ଏକ ବଡ଼ କୁମ୍ଭୀର ଦେଖିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.