fbpx
BJD SKY
BJD SKY

ସମୁଦ୍ର କୂଳରେ ଲୋକଙ୍କୁ ମିଳିଲା ଏକ ବିଶାଳ ଅଜବ ଜନ୍ତୁ: ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼

BJD

ନୂଆଦିଲ୍ଲୀ: ପୃଥିବୀର କୋଣ ଅନୁକୋଣରେ ଅନେକ ସମୟରେ କିଛି ବିରଳ ଜୀବ ଦେଖିବାକୁ ମିଳିଯାଆନ୍ତି । ଏଥିରୁ ଅନେକ ଜୀବଜନ୍ତୁଙ୍କ ବିଷୟରେ ପୂର୍ବରୁ ବିଶେଷ ତଥ୍ୟ ମଧ୍ୟ ମିଳିନଥାଏ । କିନ୍ତୁ ନଜରକୁ ଆସିବା ପରେ ଏଭଳି ଜୀବ ଖୁବ ଚର୍ଚ୍ଚା ସାଉଁଟି ନିଅନ୍ତି । ଅନେକ ସମୟରେ ହଠାତ ଦେଖା ଦେଉଥିବା ଏଭଳି ଜନ୍ତୁ ଖୁବ ଭୟାନକ ହୋଇଥାନ୍ତି ଏବଂ ଏମିତି କିଛି ଦୁନିଆକୁ ଇସାରା କରିଥାନ୍ତି, ଯାହା ପୂର୍ବରୁ ବୈଜ୍ଞାନିକମାନେ ମଧ୍ୟ ଅଜଣା ରହିଛନ୍ତି । ବିଶେଷ କରି ଗଭୀର ସମୁଦ୍ର ପତନରୁ ଏଭଳି ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ । ଏଭଳି ଏକ ଜୀବ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

फोटो- (APM Sarawak/Facebook)

ନିକଟରେ ମାଲେସିଆର ଏକ ସମୁଦ୍ର କୂଳରେ ଏଭଳି ଜୀବ ଦେଖିବାକୁ ମିଳିଛି । ଏଠାକାର ଲୁଣ୍ଡୁରେ ତେଲୁକ ମିଲାନୋ ବିଚ୍ ରେ ଏକ ଅଜବ ‘ଦ୍ୱୈତ୍ୟନୁମା ଜୀବ’ର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଜୀବର ଶରୀର କିଛି ପରିମାଣରେ ନଷ୍ଟ ହୋଇଯାଇଥିବା ବେଳେ ବାକି କିଛି ଅଂଶରୁ ଏହାକୁ ଚିହ୍ନଟ କରିବା ସ୍ଥାନୀୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ତେବେ ସମୁଦ୍ର କୂଳରେ ସର୍ଭେ କରୁଥିବା ଅଧିକାରୀ ମାନେ ହିଁ ପ୍ରଥମେ ଏହି ଜୀବକୁ ଦେଖିବାକୁ ପାଇଥିଲେ । ସ୍ଥାନୀୟ ବିପର୍ଯ୍ୟୟ ଏଜେନ୍ସି ସାରାବାକ ସିଭିଲ ଡିଫେନ୍ସ ଫୋର୍ସ(APM) ଫେସବୁକ ପୋଷ୍ଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଏହି ଅଞ୍ଚଳର ସମୁଦ୍ର କୂଳରେ ସି ମେମଲ୍ସ ମିଳିବା ଖୁବ ଦୁର୍ଲଭ ଘଟଣା । ଏଥିପାଇଁ ସ୍ଥାନୀୟ ଲୋକ ଏହି ‘ଦ୍ୱୈତ୍ୟ’କୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ଜମା ହୋଇଛି । ତେବେ ଏହା ଏକ ହ୍ୱେଲ ମାଛର ଅବଶେଷ ହୋଇଥିବା କହିଛନ୍ତି ବିଶେଷଜ୍ଞ ।

ଏହି ତଥାକଥିତ ଗ୍ଲୋବଷ୍ଟର ବିଭିନ୍ନ ସମୁଦ୍ର କୂଳରେ ଠାବ ହୋଇଥିବା ଅନ୍ୟ ରହସ୍ୟମୟ ଜୀବମାନଙ୍କୁ ମନେ ପକାଇଦେଇଛି । ସେମାନଙ୍କ ମଧ୍ୟରେ ଏକ ଧଳା, ମର୍ମେଡ୍ ପରି ଜୀବ ଥିଲା ଯାହା ଗତ ବର୍ଷ ସେପ୍ଟେମ୍ବରରେ ପାପୁଆ ନ୍ୟୁ ଗିନିରେ ଦେଖା ଦେଇଥିଲା । ତେବେ ଏହା ଏକ ପ୍ରକାର ସମୁଦ୍ର ସ୍ତନ୍ୟପାୟୀ ପ୍ରାଣୀ ପରି ଦେଖା ଯାଉଥିଲେ ବି ଶବଟି ଏତେ ଖରାପ ହୋଇଯାଇଥିଲା ଯେ ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିପାରିନଥିଲେ । ସେହିପରି ୨୦୨୦ ମସିହାରେ, ଅଷ୍ଟ୍ରେଲିଆ ଉପକୂଳରେ ଥିବା ଲୋକମାନେ ଏକ ବିରଳ ଏବଂ ବୃହତ୍ ଜୀବକୁ ଦେଖିଥିଲେ । ସେଠାକାର ପର୍ୟ୍ୟଟକମାନେ ଏହା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟର ଦକ୍ଷିଣ-ପଶ୍ଚିମ ଉପକୂଳରେ ଅବସ୍ଥିତ କେନେଟ ନଦୀ ମୁହାଣରେ ଏହା ଦେଖିବାକୁ ମିଳିଥିଲା। ଏହି ବିଦେଶୀ ଦେଖାଯାଉଥିବା ଜୀବର ନାମ ହେଉଛି ଓସିନ୍ ସନଫିସ୍ ।

Get real time updates directly on you device, subscribe now.